ରାସ୍ତା ନିର୍ମାଣ ର ୬ ମାସରେ ଉଠିଗଲା ପିଚୁ, ଏବେ ଖାଲଖମା ରେ ପରିପୂର୍ଣ
ଓଡଗାଁ:-- ନୟାଗଡ ଜିଲ୍ଲା ଓଡଗାଁ ବ୍ଲକର କୁରାଳ-ବାଙ୍କତରା ପର୍ଯ୍ୟନ୍ତ ଯାଇଥିବା ଆର.ଡି ବିଭାଗ ରାସ୍ତା କୁରାଳ-ଦେଓଗାଁ-ପାଣ୍ଡେରିପଡା ସଂଯୋଗ ସ୍ଥଳ ଠାରୁ ଦେଓଗାଁ ପର୍ୟ୍ଯନ୍ତ ଶୋଚନୀୟ ହୋଇପଡିଛି । ନିର୍ମାଣ କାର୍ଯ୍ୟ ସରିବାର ୬ ମାସ ନ ପୂରୁଣୁ ପିଚୁ ରାସ୍ତା ରୁ ଖୋଳପା ଉତୁରୀ ସାରିଲାଣି । କିଛି ଜାଗା ପିଚୁ ରାସ୍ତା ରୁ ମାଟି ରାସ୍ତାରେ ପରିଣତ ହୋଇସାରିଲାଣି। ସବୁଠାରୁ ବିସ୍ମୟ ର କଥା ପିଚୁ ରାସ୍ତା ରେ ହାତ ମାରିଲେ ପିଚୁ ଆପଣା ଛାଁଏ ଉଠିଯାଉଛି । ତେଣୁ ଏହି ରାସ୍ତା କୁ ମରାମତି କରିବା ନାଁ ରେ ଖରାପ ହୋଇଥିବା ଜାଗା ରେ ଡଷ୍ଟ ମିସ୍କ ପକାଯାଇଛି । କିନ୍ତୁ ଏହି ଡଷ୍ଟ ଗୋଟିଏ ଅସରା ବର୍ଷାରେ ଧୋଇ ହୋଇ ମେଣ୍ଟାଲ ଦେଖାଗଲାଣି। ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦିକା ଏବେ ବାଟରେ ପଡ଼ି ହାଟରେ ପଡ଼ିଲାଣି ବୋଲି ଲୋକମାନେ କହୁଛନ୍ତି । ତେଣୁ ଆର. ଡି ବିଭାଗ ର ରାସ୍ତା ଉପରେ ଜନସାଧାରଣ ଙ୍କର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ସ୍ଥାନୀୟ ଲୋକଙ୍କୁ ପଚାରିବାରେ ବିଭାଗୀୟ ଜେ.ଇ ଓ ଏସ.ଡି.ଓ ଯେତେବେଳେ ରାସ୍ତା ଦେଖିବାପାଇଁ ଆସିଥିଲେ ଲୋକ ରାସ୍ତା ରୁ ପିଚୁ ଉଠିବା ବିଷୟରେ ଅଭିଯୋଗ କରିଥିଲେ । କେବଳ କର୍ତବ୍ୟ ଦୃଷ୍ଟିରୁ ସେ ଛିଡା ହୋଇଛନ୍ତି ବୋଲି କହି ଘଟଣା କୁ ଏଡେଇ ଦେଇଥିଲେ ବୋଲି ଜନସାଧାରଣ କହିଛନ୍ତି । ଏଠାରେ ପ୍ରଶ୍ନ ଉଠେ ରାସ୍ତା କାମ ହେଲା ବେଳକୁ ବିଭାଗୀୟ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ତ? ଯଦି ଥିଲେ ନିର୍ମାଣ ହୋଇଥିବା ରାସ୍ତା ୬ ମାସ ଭିତରେ ଖରାପ ହେଲା କେମିତି? ତେଣୁ ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଉକ୍ତ ରାସ୍ତା କୁ ପୁଣି ସମ୍ପୂର୍ଣ୍ଣ ଭାବେ ମରାମତି କରି ପୁଣି ପିଚୁ ପକାଯାଉ । ଯଦି ଆଗାମୀ ଦିନ ରେ ଉକ୍ତ ପିଚୁ ରାସ୍ତା କୁ ପୁଣି ସମ୍ପୂର୍ଣ ଭାବରେ ତିଆରି ନ ହୁଏ ସେମାନେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି।
ରିପୋର୍ଟ:-ଦିଲ୍ଲୀପ୍ କୁମାର ବିଶୋଇ, ଓଡଗାଁ
-୧୨/୯/୨୧ ---୬,୪୫
Sakhigopal News,12/9/2021