Breaking News

ବିଶ୍ୱ ନାରୀକେଳ ଦିବସ ପାଳିତ ଓ ନଡିଆ ଗଛ ଚାରା ରୋପଣ


 ସାକ୍ଷୀଗୋପାଳ ----- ଆଜି ହେଉଛି ବିଶ୍ୱ ନାରୀକେଳ ଦିବସ । ଏହି ଅବସରରେ ଜଳକବରର  ଡଃ, ଶାନ୍ତିଲତା ଅଧିକାରୀ  ପରିବାର ମାନଙ୍କୁ ନେଇ ବିଶ୍ୱ ନାରୀକେଳ ଦିବସ ପାଳିତ କରିବା ସହ ନାରୀକେଳ ବୃକ୍ଷ ରୋପଣ କରିଥିଲେ । ଶ୍ରୀଫଳ ଭାବେ ବେଶ ଜଣାଶୁଣା । ଓଡିଆ ଘରେ ପର୍ବ ପର୍ବାଣିରେ ନାରୀକେଳ ନିହାତି ଭାବେ ଦରକାର ହୋଇଥାଏ । ଗୋବିନ୍ଦ, ଶ୍ରୀ, କ୍ରିଷ୍ଣା, ଗୋପାଳ, କାହ୍ନୁ, ସାନୁ, ସିକି ପ୍ରମୁଖ ଛୋଟ ଛୋଟପିଲାମାନଙ୍କୁ ନାରୀକେଳ ବୃକ୍ଷ ସମ୍ପର୍କରେ ଡଃ, ଅଧିକାରୀ ବୁଝାଇଥିଲେ । ଶେଷରେ ରାଜ୍ୟ ଓ ସଂସାରର କଲ୍ୟାଣ ପାଇଁ ନାରୀକେଳ ବୃକ୍ଷକୁ ପୂଜାର୍ଚ୍ଚନା କରାଯାଇଥିଲା ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୩/୯/୨୦୨୧---=୬,୫୦  Sakhigopal News, 3/9/2021

Blog Archive

Popular Posts