Breaking News

ସାକ୍ଷୀଗୋପାଳରେ ବିଶ୍ୱ ନାରିକେଳ ଦିବସ ପାଳିତ


 ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ  ସଣ୍ଢରାଶାସନ ଗ୍ରାମରେ ଥିବା ବବିନା ନାରିକେଳ ଫାର୍ମ ହାଉସ ପରିସରରେ ବିଶ୍ୱ ନାରିକେଳ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡ, ବିଶ୍ୱନାଥ ରଥ ଯୋଗଦେଇ ଆଜିର ଦିନରେ  ସାଣ୍ଢରାଶାସନ ଗ୍ରାମରେ ଥିବା ବବିନା ନାରିକେଳ ଫାର୍ମ ହାଉସ ପରିସରରେ ବିଶ୍ୱ ନାରିକେଳ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡ, ବିଶ୍ୱନାଥ ରଥ ଯୋଗଦେଇ ନାରିକେଳ ଚାଷ ଓ ଚାଷୀର ଉନ୍ନତି ସମ୍ପର୍କେ ବିସ୍ତୁତ ଆଲେଚନା କରିଥିଲେ । ପ୍ରତି ବର୍ଷ ସେପେଣ୍ଟମ୍ବର ୨ ତାରିଖରେ ବିଶ୍ୱ ନାରିକେଳ ଦିବସ ଭାରତ ବର୍ଷରେ ପାଳିତ ହୋଇଆସୁଛି । କରୋନାରେ କ୍ଷତିଗସ୍ତ ହୋଇଥିବା ନଡିଆ ଚାଷୀ ମାନଙ୍କର କିପରି ଉନ୍ନତି ହୋଇ ପାରିବ ସେ ସମ୍ପକରେ ଭାରତ ସରକାର ଏବେ ଯୋଜନା ପ୍ରଣୟନ କରିବାକୁ ଯାଉଥିବା ଜଣାପଡିଛି । ଫନି ବାତ୍ୟାରେ କ୍ଷତି ଗସ୍ତ ହୋଇଥିବା ନାରିକେଳ ଚାଷୀ ମାନଙ୍କୁ ଭାରତ ସରକାର ୨୯ କୋଟି ଟଙ୍କା ଓଡିଶା ସରକାରଙ୍କୁ ଯୋଗାଇ ଦେଇଥିଲେ । ଭୁବନେଶ୍ୱର ସ୍ଥିତ ପିତାପଲ୍ଲୀ ନଡିଆ ଫାର୍ମ ଦ୍ୱାରା ମାଗଣାରେ ନଡିଆ ଚାରା ବଣ୍ଟନ କରାଯାଇଥିଲା ବୋଲି ଡ. ଶ୍ରୀ ରଥ ପ୍ରକାଶ କରିଥିଲେ । ଏହି ଅବସରରେ ବବିନା ନଡିଆ ଉତ୍ପାଦକ ସମବାୟ ସମତି ସରକାରଙ୍କ ଦ୍ୱାରା ସତବୀକୃତି ଲାଭ କରିଛି । ଯୋଗ ଦେଇଥିବା ଅତିଥି ମାନେ ଆନୁଷ୍ଠାନିକ ଭାବେ ସମବାୟ ସମିତିକୁ ଉଦଘାଟନ କରିଥିଲେ । ପରେ ପରେ ଅତିଥି ମାନଙ୍କ ଦ୍ୱାରା ନଡିଆ ଚାରା ରୋପଣ କରାଯାଇଥିଲା । ଚିତ୍ତିରଞ୍ଜନ ଆଚାର୍ଯ୍ୟ, ଆଦିକନ୍ଦ ଶ୍ରୀଚନ୍ଦନ, ବିଶ୍ୱଜିତି ବଡଜେନା, ଅମିନ ପ୍ରଧାନ, ଜିତୁଜୟ ମତଗଜସିଂ.  ଜଗନ୍ନାଥ ସାହୁ, ବ୍ରଜକିଶୋର ପଣ୍ଡା, ଚକ୍ରଧାର ଦାସ, ଶଙ୍କର ସାହୁଙ୍କ ସହିତ ଅନ୍ୟ ସୋସାଇଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଶେଷରେ ଅନୁଷ୍ଠାନର ସଭାପତି ଗଙ୍ଗାଧର ଛାଟୋଇ ଧନ୍ୟବାଦ ଅର୍ପଣ କରିଥିଲେ ।  


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୯/୨୦୨୧----6,50

 Sakhigopal News, 3/9/2021

Blog Archive

Popular Posts