Breaking News

ଅବକାରୀ ଓ ପୋଲିସ ବିଭାଗ ର ମିଳିତ ଚଢ଼ାଉ ; ଚୋରା ମଦ ଜବତ, ୩ ମହିଳାଙ୍କ ସମେତ ୮ ଗିରଫ


  ଭଞ୍ଜନଗର--- ଉପାନ୍ତ ତଥା ଜଙ୍ଗଲିଆ ଅଞ୍ଚଳରେ ଚାଲିଥିଲା ଚୋରା ମଦ ପ୍ରସ୍ତୁତି କାରଖାନା। ସୂଚନା ପାଇ ଅବକାରୀ ଓ ପୋଲିସ୍ ବିଭାଗ  ଚଢ଼ାଉ କରିଥିଲେ । ପରେ ଏକ ବଡଧରଣର ଚୋରାମଦ କାରବାର ଓ ପ୍ରସ୍ତୁତି ର ପର୍ଦ୍ଦାଫାଶ ହୋଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି । ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା   ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନ ଙ୍କ ଉପସ୍ଥିତି ରେ ଅବକାରୀ ଓ ପୋଲିସ ବିଭାଗ ର ମିଳିତ ଚଢାଉ କରାଯାଇଥିଲା । ସୂଚନା ପ୍ରକାରେ କୋସାକେନ୍ଦୁ , ଗୋଡିଆପଲ୍ଲୀ , ବେରୁଆଁବାଡି , ଷୋରିସମୂଳି , କୁପାଟି ଓ ନାରୀଗୋଛା ଗାଁ ନିକଟବର୍ତ୍ତୀ ଅଞ୍ଚଳରେ ଚାଲିଥିଲା ଚୋରା ଦେଶୀମଦ ତିଆରି ।  ସମୁଦାୟ ଅଞ୍ଚଳରେ ଚଢାଉପରେ  , ୧୪୮ ଲିଟର ଚୋରା ଦେଶୀମଦ ଓ ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଥିଲା । ଏହାସହ ୨୫୫୦ ଲିଟର ପୋଚ ନଷ୍ଟ କରାଯାଇଥିଲା । ସମସ୍ତ ଘଟଣା ରେ ସଂପୃକ୍ତ ୩ ଜଣ ମହିଳା ଙ୍କ ସମେତ ୮ ଜଣ ଗିରଫ ହୋଇଥିଲେ । ଏନେଇ ୯ଟି ମାମଲା ରୁଜୁ ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢାଉ ରେ ତାରାସିଂ ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ , ଭଞ୍ଜନଗର ଥାନାଧିକାରୀ ସୁଦୀପ୍ତ କୁମାର ସାହୁ , ଆସିକା ଅବକାରୀ ବିଭାଗ ଇନିସପେକ୍ଟର୍ ଧିରେନ୍ କୁମାର ବେହେରା , ଭଞ୍ଜନଗର ଅବକାରୀ ବିଭାଗ ଅଧିକାରୀ ରମ୍ବା ବାଗ୍ ଙ୍କ ସମେତ ସମସ୍ତ ଥାନା ଓ ଅବକାରୀ କାର୍ଯ୍ୟାଳୟର କର୍ମଚାରୀମାନେ ସାମିଲ ଥିଲେ । ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ  ଚାଲାଣ କରାଯାଇଥିବା  ଆସିକା ଅବକାରୀ ଇନ୍ସପେକ୍ଟର ଧିରେନ୍ କୁମାର ବେହେରା କହିଛନ୍ତି ।ଏହି ଚଢାଉରେ ଏଏସଆଇ ରାମେଶ୍ବର ବେହେରା , ନିଳାମ୍ବର ନାୟକ ,କନେଷ୍ଟବଳ ସନାତନ ନାହାକ , ସୁବଳ ପ୍ରଧାନ , ଜି ଭିମା ରାଓ, ଏବଂ କୃଷ୍ଣ ଚନ୍ଦ୍ର ସେଠୀ ଜଗନ୍ନାଥ ମହାପାତ୍ର ପ୍ରମୁଖ ଏହି ଚଢାଉରେ ସାମିଲି ଥିଲେ। 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୯/୨୦୨୧-----୧୦,୧୦ 
Sakhigopal News,1/9/2021

Blog Archive

Popular Posts