ବୀରଭୈରୋ ସ୍ପୋର୍ଟିଂ କ୍ଲବ ପକ୍ଷରୁ ଦ୍ଵିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଭେଡେନ--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେମଣ୍ଡା ଗ୍ରାମପଞ୍ଚାୟତ ର ଡୁଂଗରୀପାଲି ଠାରେ ବୀରଭୈରୋ ସ୍ପୋର୍ଟିଂ କ୍ଲବ ପକ୍ଷରୁ ଆୟୋଜିତ ଦ୍ଵିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଅଲିଭା କ୍ରୀଡା ସାଂସ୍କୃତି ସଂଘ ର ସଭାପତି ରାଜେନ୍ଦ୍ର ବାଗ ଖେଳାଳି ମାନଙ୍କ ସହିତ କର ମର୍ଦ୍ଦନ କରି ଉତ୍ସାହିତ କରିଥିଲେ। ପ୍ରଥମ ଦିନରେ ଆଠ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ସେମିଫାଇନାଲ ରେ ପ୍ରଥମ ପୁଲ ରୁ ଲଚିଦା ଦଳ ଓ ୟଙ୍ଗ ଷ୍ଟାର୍ ଦଳ ଭୈଏରୋପାଲି ମଧ୍ୟ ଅନୁଷ୍ଠିତ ହୋଇଥିଲା ।ଏଥିରେ ୟଙ୍ଗ ଷ୍ଟାର୍ ଭୈଏରୋପାଲି ଦଳ ୧/୦ ଗୋଲ ରେ ବିଜୟୀ ହୋଇ ଫାଇନାଲ୍ ମ୍ୟାଚ୍ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆସନ୍ତା କାଲି ଦିନ ୧୦ ଟା ସମୟରେ ଦ୍ଵିତୀୟ ପୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ବୋଲି ଆୟୋଜକ ପକ୍ଷରୁ ଘୋଷଣା କରାଯାଇଛି।ଆଜି ଖେଳ ପରିଚାଳନା କରିଥିଲେ ଶିବାନନ୍ଦ, ଅଶ୍ଵିନି ମେହେର, ଉମେଶ ଭୋଇ, ଓ ଦିପେଶ ପ୍ରଧାନ। ବୀର ଭୈରୋ ସ୍ପୋର୍ଟିଂ କ୍ଲବ ର ସମସ୍ତ ସଦସ୍ୟ ଗ୍ରାମ ବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୧/୯/୨୦୨୧-----୯,୪୦
Sakhigopal News,1/9/2021