ପୋଖରୀ ବୁଡିଯାଇ ଦୁଇ ଶିଶୁଙ୍କର ମୃତ୍ୟୁ
ଡେଲାଙ୍ଗ------- ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଧାନକେରା ପଞ୍ଚାୟତର ନାଗଣ ଗ୍ରାମର ସଦାଶିବ ପ୍ରଧାନଙ୍କ ଦୁଇଶିଶୁ ପୁତ୍ର ସତ୍ୟଜିତ ପ୍ରଧାନ(୭)ଓ ଶୁଭ୍ରଜିତ ପ୍ରଧାନ ଦୁଇବର୍ଷ ୫ମାସ ଘର ପାଖରେ ଖେଳୁଥିବା ସମୟରେ ଅସାବଧାନତା ହେତୁ ପୋଖରୀରେ ବୁଡି ଯାଇ ମୃତ୍ୟୁ ହୋଇଯାଇଛି । ଏହି ଅଭାବନୀୟ ଘଟଣା ଯୋଗୁ ଗ୍ରାମରେ ଏକ ଶୋକାକୁଳ ସୃଷ୍ଟି ହୋଇଛି ।ସୁଚନାଯୋଗ୍ୟଯେ କିଛି ସମୟ ପରେ ପରିବାର ଲୋକମାନେ ପିଲାଦୁଇ ଜଣଙ୍କୁ ନ ପାଇବାରୁ ସନ୍ଦେହ ସୃଷ୍ଟିହୋଇଥିଲା । ସଙ୍ଗେ ନିକଟସ୍ଥ ନଦୀ ଓ ପୋଖରୀରେ ଖୋଜାଖୋଜି କରିଥିଲେ । ପୋଖରୀରୁ ଦୁଇ ଶିଶୁପୁତ୍ର ଦ୍ୱୟଙ୍କୁ ଉଦ୍ଧାର କରି ନିକଟସ୍ଥ କଣାସ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ଶିଶୁଦ୍ୱୟଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିଲା । ଭୁବନେଶ୍ୱର ଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୭/୯/୨୦୨୧---୯,୧୦
Sakhigopal News, 17/9/2021