Breaking News

ଦୟାନଦୀ ବନ୍ଧରେ ପଡିଥିବା ଗଳିଆ ବନ୍ଦହେଲା

 ଡେଲାଙ୍ଗ ---- ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି ।  ଦୟାନଦୀର ଡେଲାଙ୍ଗ-କଣାସ ନିକଟବର୍ତ୍ତି  ବସନ୍ତପୁର ଠାରେ ବାମପଟ ବନ୍ଧରେ ଏକ ଗଳିଆ ସୃ୍‌ଷ୍ଟି ହୋଇଥିଲା ।ସ୍ଥାନୀୟ ଗ୍ରାମବାସୀମାନେ ଏହା ଦେଖି ଭୟଭୀତ ହେବା ସହ  ଜଳସେଚନ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇଜଳସେଚନ ବିଭାଗର ଅଧିକାରି ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗ୍ରାମବାସୀଙ୍କ ସହଯୋଗରେ ବାଲିବସ୍ତା ରିଙ୍ଗ ବନ୍ଧ କରାଯାଇ  ସୃଷ୍ଟି ହୋଇଥିବା ଗଳିଆ ବନ୍ଦ କରାଯାଇଥିବା ବିଭାଗୀୟ ଯନ୍ତ୍ରୀ ମକର ବେହେରା ସୁଚନା ଦେବା ସହ ୨୪ ଘଣ୍ଟିଆ ପ୍ରାଟୋଲିଂ ନଦୀବନ୍ଧରେ କରାଯାଇଥିବା କହିଛନ୍ତି ।   ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ,୧୭/୯/୨୦୨୧

Sakhigopal News, 17/9/2021

Blog Archive

Popular Posts