Breaking News

ସାକ୍ଷୀଗୋପିନାଥଙ୍କ ବାମନ ବେଶ ଅନୁଷ୍ଠିତ


ସାକ୍ଷୀଗୋପାଳ---- ସାକ୍ଷୀଗୋପିନାଥଙ୍କ ମନ୍ଦିରରେ ଆଜି ବାମନ ବେଶ ସହିତ ପାଶ୍ୱର୍ପରିବର୍ତ୍ତନ ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି । ଦୈନଦୀନ ଠାକୁରଙ୍କ ନୀତିକାନ୍ତ କରାଯିବା ପରେ ଦ୍ୱୀପହର ଧୂପରେ ମହାପ୍ରଭୁଙ୍କୁ ବାମନ ବେଶ କରାଯାଇଥିଲା । ସାକ୍ଷୀଗୋପିନାଥଙ୍କୁ ସେବାୟତ ମାନେ ଆଣ୍ଠୁ ଉପରକୁ ନୂତନ ବସ୍ତ୍ର ପରିଧାନ କରିବା ସହିତ ଚନ୍ଦନ ତିଳକ ଲଗାଇ ବାମନ ବେଶ କରାଇଥିଲେ ।ଭକ୍ତ ମାନେ ବାମନ ବେଶରେ ପ୍ରଭୁ ସାକ୍ଷୀଗୋପିନାଥଙ୍କୁ ଦର୍ଶନ କରିଥିଲେ ।  ଆଜି ଏକାଦଶୀ ହୋଇଥିବାରୁ ଭକ୍ତ ମାନେ ମନ୍ଦିର ବେଡାରେ ଚୁଡାଘଷା ପ୍ରସ୍ତୁତ କରି ଠାକୁରଙ୍କୁ ଭୋଗ କରିଥିଲେ ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୯/୨୦୨୧---୯,୧୫  

Sakhigopal News, 17/9/2021

Blog Archive

Popular Posts