Breaking News

ଭାର୍ଗବୀ ବନ୍ୟା ପାଣିରୁ ବୃଦ୍ଧା ମହିଳା ଉଦ୍ଧାର


 ସାକ୍ଷୀଗୋପାଳ ------  ଭାର୍ଗବୀ ନଦୀରେ ବନ୍ୟା ଜଳରେ ଜଣେ   ବୃଦ୍ଧା ମହିଳା ପାଣିରେ ଭାସି ଯାଉଥିଲେ । ମାତ୍ର ହାତ ହଲାଇ ଡାକୁଥିବା ଦେଖି ସୁଆଣ୍ଡୋ ସେତୁ ଉପରେ ଥିବା ଯୁବକ ମାନଙ୍କ ମଧ୍ୟରୁ  ନିଜ ଜୀବନକୁ ବାଜି ଲଗାଇ ୪ଜଣ ଯୁବକ ଡଙ୍ଗା ସାହାର୍ଯ୍ୟରେ  ମହିଳାଙ୍କୁ ଉଦ୍ଦାର କରିବାରେ ସଫଳ ହୋଇଛନ୍ତି । ମହିଳା ଜଣଙ୍କ ଉଦ୍ଦାର ହେବାପରେ ଅଚେତ ହୋଇଯାଇଥିଲେ । ମହିଳା ଜଣଙ୍କୁ ସଙ୍ଗେ୧୦୮ ଆମ୍ବୁଲାନସ ରେ  ସତ୍ୟବାଦୀ ମେଡିକାଲକୁ ଚିକିତ୍ସା ହେବା ପାଇଁ ଅଣାଯାଇଥିଲା । ପରେ ତାଙ୍କ ଘର ବଳଙ୍ଗା ଥାନା ବାଲିଗାଁ ଗ୍ରାମର କନକ ବେହେରା ବୋଲି ଜଣାପଡିଛି । ତାଙ୍କର ବୟସ ପ୍ରାୟ ୬୫ରୁ ୭୦ ବର୍ଷ ହେବ ବୋଲି ଜଣାପଡିଛି । ଉଦ୍ଦାର କରିଥିବା ଯୁବକ ମାନେ ମହିଳାଙ୍କ ଧର୍ଯ୍ୟ ଓ ସାହସକୁ ପ୍ରଶଂସା  କରିଛନ୍ତି । ଖବର ପାଇ ତାଙ୍କ ପରିବାର ଲୋକମାନେ ସାକ୍ଷୀଗୋପାଳ ମେଡିକାଲରେ ପହଞ୍ଚିଥିବା ଜଣାପଡିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୯/୨୦୨୧----୯,୦୫ 

 Sakhigopal News, 17/9/2021

Blog Archive

Popular Posts