Breaking News

କଂଗ୍ରେସର ପଞ୍ଚାୟତ ସ୍ତରୀୟ ମିଶ୍ରଣ ପର୍ବ


ଭଞ୍ଜନଗର : ଭଞ୍ଜନଗର ନିର୍ବାଚନ ମଣ୍ଡଳୀ  ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଲକ ର ଚଢ଼ିଆପଲ୍ଲୀ ଗ୍ରାମ ପଞ୍ଚାୟତ ର ଶତାଧିକ ରୁ ଉର୍ଦ୍ଧ ବିଜେପି କର୍ମୀ ଆଜି ଏକ ମିଶ୍ରଣ ପର୍ବରେ କଂଗ୍ରେସ ରେ ଯୋଗ ଦେଲେ ।  ଯୋଗ ଦେଇଥିବା କର୍ମୀ ମନେ ହେଲେ ଅଶୋକ କୁମାର ପ୍ରଧାନ. ଖଲିଆ ବେହେରା, ପୂର୍ଣ୍ଣ ବେହେରା, ସନ୍ତୋଷ ବେହେରା, କାଳିଆ ମୂଳି, ଗୁରା ପ୍ରଧାନ, ଟୁକୁନା ପ୍ରଧାନ, ରବି ମହାନ୍ତି, ସନ୍ତୋଷ ମହାନ୍ତି, ରମେଶ ସାମଲ,ବୁବୁନା ସେଠି, ଆଲୋକ ପଟ୍ଟନାୟକ, ସୂଚିତ୍ର ମହାନ୍ତି, ବୁଲୁ ସେଠି, ନଣ୍ଡା ଗନ୍ତାୟତ,ଧୋବା ଗନ୍ତାୟତ, ଧ୍ରୁବସେନ ଗନ୍ତାୟତ, ବାସୁ ଗନ୍ତାୟତ ଓ ଭାସ୍କର ନାୟକ  ଓ ଅନ୍ୟାନ ଶତାଧିକ ବିଜେପି କର୍ମୀ ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ର ଲୋକମାରଣ ନୀତି ଓ ଦୁର୍ନତି ବିରୋଧ ରେ ଜନତା ଙ୍କୁ ଅବଗତ କରାଇଥିଲେ । ଏବେ କେବଳ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ଲୋକଙ୍କୁ ବୁଝେଇବାରେ ସକ୍ଷମ ହୋଇଛି  । ବିକ୍ରମ କେଶରୀ ଆରୁଖ ଙ୍କ ଏକ ଛତ୍ରବାଦୀ ଦୁର୍ନତି ଗ୍ରସ୍ତ ଶାସନ ଓ ବିଜେପି ର ଢିଲା ସଂଗଠନ କୁ ଅସ୍ତ୍ର କରି ଆଗାମୀ ଦିନରେ କଂଗ୍ରେସର ଏ ମିଶ୍ରଣ ପର୍ବ ଆହୁରି ତୀବ୍ର ଓ ବ୍ୟାପକ ହେବ ବୋଲି ଗଞ୍ଜାମ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଶାନ୍ତ ବିଶୋଇ  କହିଛନ୍ତି । 
ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ର ଦୁଇ ସମ୍ପାଦକ ଜବାହାରଲାଲ ସାହୁ, ନାରାୟଣ ସେଠି, ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ, ମଣ୍ଟୁ ପ୍ରଧାନ,ଲୋକନାଥ ସେଠି ଓ ପିଣ୍ଟୁ ରାଉଳ ଉପସ୍ଥିତ ଥିଲେ।
 ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ,୩/୯/୨୦୨୧----- ୭,୦୦  Sakhigopal News ,3/9/2021

Blog Archive

Popular Posts