Breaking News

ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ ଓ ଲୁଟ ,ପରସ୍ପର ବିରୋଧରେ ଅଭିଯୋଗ

 ବଳଙ୍ଗା ---- କୋଭିଡ ଟିକା ନନେଇ ଘରକୁ ଫେରୁଥିବା ବୃଦ୍ଧ ଦମ୍ପତିଙ୍କ ଉପରେ ଆକ୍ରମଣ  ଓ ଲୁଟ ହୋଇଥିବା ନେଇ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଛି ।  ଡେରିକି ଗ୍ରାମର ଶତ୍ରୁଘ୍ନ କୁଣ୍ଡ(୭୨) ଥାନାରେ କରିଥିବା ଅଭିଯୋଗ ଅନୁ୍‌୍‌ଯାୟୀ ଚନ୍ଦ୍ରାଦେଇପୁର ପଞ୍ଚାୟତ କାର୍ଯ୍ୟାଳୟରେ  କୋଭିଡ ଟିକା ଦିଆ ଯାଉଥିଲା ବେଳେ ଶତ୍ରୁଘ୍ନ ଓ ତାଙ୍କ ପତ୍ନୀ ଟିକା ନେବା ନେବ ପାଇଁ ପୁଅ ସାଥିରେ ଯାଇଥିଲେ ।  ଟୀକା କେନ୍ଦ୍ରରେ ଦିର୍ଘ ସମୟ ଧାଡିରେ ଠିଆ ହୋଇଥିଲା ବେଳେ ଶତ୍ରୁଘ୍ନଙ୍କୁ ଟିକା ନଦିଆ ଯାଇ ତାଙ୍କ ପଛରେ ଥିବା ଲୋକଙ୍କୁ ଟିକା ଦିଆ ଯିବାରୁ ସେ ଏହାର ପ୍ରତିବାଦ କରିଥିଲେ । ସେଠାରେ ଉପସ୍ଥିତ ଥିବା କମାକନ୍ତିଆ ଉତର ସାହିର ଟୁଟୁ ସ୍ୱାଇଁ ଶତ୍ରୁଘ୍ନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ବାଟରେ ଦେଖିଦେବ ବୋଲି ଧମକ ଦେଇଥିଲେ । ଫଳରେ ଶତୁଘ୍ନ ଓ ତାଙ୍କ ପତ୍ନୀ ଟିକା ନନେଇ ଭୟରେ ପୁଅ ସହିତ ଘରକୁ ଫେରୁଥିଲେ । ତେବେ ଫେରିବା ବାଟରେ ପୋତାପୋଖରୀ ଠାରେ ଟୁଟୁ ତାର ଅନ୍ୟ ୪ଜଣ ସହଯୋଗୀଙ୍କ ସହ ଶତୁଘ୍ନଙ୍କ ପୁଅ ଚଳାଉ ଥିବା ଗାଡିକୁ ଓଗାଳିବା ସହ ଶତୁଘ୍ନ ଓ ତାଙ୍କ ପତ୍ନୀଙ୍କୁ ଗାଡିରୁ ଘୋଷାଡି ଆଣିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଶତ୍ରୁଘ୍ନଙ୍କ ପୁଅ ଏହାର  ପ୍ରତିବାଦ କରିବାରେ ଦୁର୍ବୁତ ମାନେ ପୁଅ ବେକରେ ଥିବା ଏକ ସୁନା ଚେନ ସହ ପକେଟରେ ଥିବା ୧୨ଶହ ଟଙ୍କାକୁ ନେଇଯିବାସହ  ଜୀବନରେ ମାରିଦେବାକୁ ଧମକ ଦେଇ ଘଟଣା ସ୍ଥଳରୁ ଚାଲିଯାଇଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ଅନ୍ୟପକ୍ଷେ ଟୁଟୁ ସ୍ୱାଇଁଙ୍କ ପକ୍ଷରୁ ଶତ୍ରୁଘ୍ନଙ୍କ ନାମରେ ମଧ୍ୟ ଥାନାରେ ପାଲଟା  ଅଭିଯୋଗ କରାଯାଇଥିବା ଜଣାପଡିଛିି ।  ଉଭୟ ପକ୍ଷରୁ ଅଭିଯୋଗ ପାଇବା ପରେ ବଳଙ୍ଗା ପୁଲିସ ଘଟଣାର ସତ୍ୟାସତ୍ୟ ନେଇ ତଦନ୍ତ ଆରମ୍ଭ କରିଛି । 

ବଳଙ୍ଗାରୁ ସୁରେଶ ଚନ୍ଦ୍ର ମହାପାତ୍ର, ୧୩/୯/୨୦୨୧----୧୦,୦୦ 

Sakhigopal News,13/9/2021


Blog Archive

Popular Posts