Breaking News

ଡୁଙ୍ଗୁରି ପାଲି ଠାରେ ନୁଆଁଖାଇ ଜୁହାର କାର୍ଯ୍ଯକ୍ରମ ଅନୁଷ୍ଠିତ

 
ଭେଡେନ---- ଭେଡେନ ବ୍ଲକ ଅନ୍ତର୍ଗତ ରେମଣ୍ଡା ପଞ୍ଚାୟତର ଡୁଙ୍ଗୁରି ପାଲି ଠାରେ ନୁଆଁଖାଇ ଜୁହାର କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅଲିଭା କ୍ରୀଡା ଓ ସାଂସ୍କୃତିକ ସଂଘ, ଡୁଙ୍ଗୁରି ପାଲି ଦ୍ବାରା ଆୟୋଜିତ ଏହି କାର୍ଯ୍ଯକ୍ରମ ଦିବା ୩ ଘଟିକା ରୁ ଆରମ୍ଭ ହୋଇ ରାତି ୧ ଟା ପର୍ଯ୍ଯନ୍ତ ଚାଲିଥିଲା ।
ଦିନବେଳା ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ , ଅଙ୍କକଷା ଦୌଡ, ମ୍ୟୁଜିକ ଚେୟାର, ବାଟି ଚାମଚ ଦୌଡ, ବାହୁବଳୀ  ( ରସିଟଣା)  ଆଦି ପ୍ରତିଯୋଗିତା ହୋଇଥିଲା । ପରେ ବିଭିନ୍ନ ବର୍ଗ ର ନୃତ୍ୟ ପ୍ରତିଯୋଗିତା , ହାସ୍ୟ ଅଭିନୟ ଏବଂ ଅଲିଭା କ୍ରୀଡା ଓ ସାଂସ୍କୃତିକ ସଂଘ ର ସମସ୍ତ ସଦସ୍ଯଙ୍କ ଦ୍ବାରା ସାସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।
ସମ୍ମାନିତ ଅତିଥି କଳାକାର ଭାବରେ ପ୍ରକାଶ ବିଶ୍ବାଳ ଯୋଗଦାନ କରି ଖୁବ୍ ସୁନ୍ଦର ଗୀତ ପରିବେଷଣ କରିଥିଲେ । ଭେଡେନ ବ୍ଲକ ଯାଦବ ସମାଜ ର ସଭାପତି ନରେନ୍ଦ୍ର ବାଗ ମଞ୍ଚ ପରିଚାଳନା କରିଥିଲେ ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୧୩/୯/୨୦୨୧----- ୬,୨୦ 
Sakhigopal News 13/9/2021

Blog Archive

Popular Posts