Breaking News

ଲଘୁଚାପ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ,ଘରେ ପଶିଲା ପାଣି


 ବଳଙ୍ଗା ---- ଲଘୁଚାପ ଜନିତ ବର୍ଷାରେ  ବଳଙ୍ଗା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଶନିବାର ବିଳମ୍ବିତ ରାତିରୁ ଲାଗିରହିଥିବା ବର୍ଷା ଯୋଗୁଁ  ଗାଡିଆ ପୋଖରେୀ ବୁଡି ଯିବା ସାଙ୍ଗକୁ ଗାଁ ଦାଣ୍ଡରେ ପାଣି ଲହଡି ମାରୁଛି ।  ରବିବାର ଦିନ ତମାମ ବର୍ଷା ଲାଗିରହିବା ଫଳରେ ଲୋକମାନେ ଘରୁ ବାହରକୁ ବାହାରି ପାରିନଥିଲେ । ରାସ୍ତା ଘାଟ ଶୁନସାନ ହେବା ସାଙ୍ଗକୁ ବିଭିନ୍ନ ସ୍ଥାନରେ ଥିବା ଛକ ବଜାର ମାନଙ୍କରେ  ଦୋକାନ ବଜାର ସବୁ ବନ୍ଦ ରହିଥିବା ଦେଖିବାକୁ ମଳିଥିଲା । ଅତ୍ୟଧିକ ବର୍ଷା ଯୋଗୁଁ  ବଳଙ୍ଗା ,ତେରହଳ,ବାୟାବାର,ଉଛୁପୁର,କୋଟକୁସାଙ୍ଗ,ସନ୍ଥ,ବଳରାମପୁର ଗଢ ପ୍ରଭୃତି ଗହୀର ମାନଙ୍କରେ ଥିବା ଧାନ ବିଲ ସବୁ ବୁଡି ଯାଇ କୃତିମ ହ୍ରଦ ପାଲଟିଛି । ଯଦି ଖୁବ ଶୀଘ୍ର ପାଣି ନିସ୍କାସନ ନହୁଏ ତେବେ ଧାନ ଫସଲ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ସେହିଭଳି ଊଛୁପୁର ପଞ୍ଚ।।ୟତର ପାର୍ବତୀପୁର ଗ୍ରାମର ଦଳିତ ସାହିରେ ଥିବା ଲୋକମାନଙ୍କ ଘରେ ପାଣି ପଶିଯିବାରୁ ସେମାନେ ବହୁ ଦୟନୀୟ ଅବସ୍ଥାରେ ରହିଛନ୍ତି । ଏପରିକି ଅନେକ ଲୋକଙ୍କ ଘରେ ଚୁଲି ଜଳିନଥିବା ବେଳେ କେବଳ ଶୁଖିଲା ଖାଦ୍ୟ ଖାଇ ରହିଥିବା ଦେଖିବାକୁ ମିଳିଛି । ସୋମବାର ମଧ୍ୟ ବର୍ଷା ଲାଗି ରହିଥିବାରୁ ଲୋକମାନେ ଏବେ ଚିନ୍ତାରେ ରହିଛନ୍ତି । ଘରେ ଖାଇବାକୁ ଥିଲେ ମଧ୍ୟ ଚୁଳିରେ ପାଣି । ଯାହାକି ରୋଷାଇ କରି ଖାଇବା ସମ୍ଭବପରନୁହେଁ । ତୁରନ୍ତ ପ୍ରଶାସନ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ଜଣସାଧାରଣରେ ଦାବୀ ହେଉଛି ।

 ବଳଙ୍ଗାରୁ ସୁରେଶ ଚନ୍ଦ୍ର ମହାପାତ୍ର, ୧୩/୯/୨୦୨୧----=୧୦,୧୫  

Sakhigopal News, 13/9/2021


Blog Archive

Popular Posts