ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘର ଭୂସମ୍ପତିର ସୁରକ୍ଷା କରାଯିବ
ସାକ୍ଷୀଗୋପାଳ ---- ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର କଡରେ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ ଅବସ୍ଥିତ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ହୋଇଥିବା ବେଳେ କର୍ମପୀଠ ମଧ୍ୟରେ ଅନ୍ୟତମ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ । ଏହି କାର୍ଯ୍ୟାଳୟର ଭୂସମ୍ପତିର ସୁରକ୍ଷା ପାଇଁ ଏବେ ସତ୍ୟବାଦୀର ବହୁ ବୁଦ୍ଧଜୀବୀ ମାନେ ଆଗେଇ ଆସିଥିବାର ଦେଖାଯାଇଛି । ସାକ୍ଷୀଗୋପାଳ ମନ୍ଦିର ନିକଟ ପାନ୍ଥଶାଳା ପରିସରରେ ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ଗୋପବନ୍ଧୁଦରିଦ୍ର ନାରାୟଣ ସେବାସଂଘର ଭୂସମ୍ପତିର ସୁରକ୍ଷା ଓ ଏହାର ଦାୟତ୍ୱ ସରକାର ହାତକୁ ନେବାପାଇଁ ଆଲେଚନା କରାଯାଇଥିଲା । ଉପସ୍ଥିତ ଥିବା ଜନସାଧାରଣଙ୍କ ମତାମତ ସଂଗ୍ରହ କରାଯାଇଥିଲା । ଏହା ସହିତ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘର ଜମିଜମା ରେକର୍ଡପତ୍ର ଯାଞ୍ଚ କରାଯିବାପାଇଁ ବୈଠକରେ ନିସ୍ପତି ଗ୍ରହଣ କରାଯାଇଛି । ବୈଠକରେ ଅମର ନନ୍ଦ, ଗୋବିନ୍ଦ୍ର ମହାପାତ୍ର, ବିଶ୍ୱଜିତି ଶତପଥୀ, ବନମାଳୀ ଦାଶ, ହୃଷିକେଶ ମିଶ୍ର, ଦୁର୍ଗେଶ ମିଶ୍ର, ପ୍ରଫୁଲ ଚନ୍ଦ୍ର ମିଶ୍ର, ରଶ୍ମି ରଞ୍ଜନ ମହାପାତ୍ର, ବିଷ୍ଣୁ ପିୟା ରଥ, ସୂର୍ଯ୍ୟନାରାୟଣ ରଥ, ଜିତେନ୍ଦ୍ର ଷଡଙ୍ଗୀ, ଟୁଟୁ ରଥ, ଜାନକୀ ବରାଳ,ପ୍ରମୁଖ ଉପସ୍ଥିତ ରହିଥିଲେ । ଦେବାଶିଷ ମିଶ୍ର ଧନ୍ୟବାଦ ଦେଇଥିଲେ ।
= ସାକ୍ଷୀଗୋପାଳରୁ ଧୀରେନ୍ଦ୍ର =ସେନାପତି, ୧/୯/୨୦୨୧---.୫୫
Sakhigopal News, 1/9/2021