Breaking News

କରୋନା ଯୋଦ୍ଧା ସମ୍ମାନ, କରୋନା ସତେତନତା ଓ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମ



ବରଗଡ଼ -ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଗୋଡଭଗା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ କରୋନା ସଚେତନତା, କରୋନା ଯୋଦ୍ଧା ସମ୍ମାନ ସହ ମାକ୍ସ ଓ ସାନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସରସ୍ୱତୀ ଶିଶୁ ମନ୍ଦିର ର ପ୍ରଧାନ ଆଚାଯ୍ୟ ପରିଚାଳନା କରିଥିଲେ ।  ଅତିଥି ଭାବେ ସୁଷମା ସାହୁ, ଯୋତିମୟୀ ନାଏକ, ଓ ଅନୁଷ୍ଠାନ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ କାର୍ଯକ୍ରମ ରେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରିବା ସହ ମାକ୍ସ ଓ ସାନିଟାଇଜର ବଣ୍ଟନ କରିଥିଲେ ।
ଏହି ଅବସରରେ ମହାମାରୀ ସମୟରେ ନିଜକୁ ବାଜି ଲଗାଇ ଲୋକଙ୍କ ସେବା ପାଇଁ ତିନି ଜଣ ସମାଜସେବୀ ଙ୍କୁ କରୋନା ଯୋଦ୍ଧାରେ ସମ୍ମାନ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ସାମାଜିକ କର୍ମୀ ମନଜିତ କୈର (ଚାଚି), ଆଦର୍ଶ ମହିଳା ସରପଞ୍ଚ କୁମେଲସିହା ତଥା ସମାଜସେବୀ ଓ କରୋନା ଯୋଦ୍ଧା ଶ୍ରୀମତି ୟୋତିମୟି ନାଏକ ଓ କବିତା ମାଧ୍ୟମରେ ସଚେତନତା ପାଇଁ ସୁଶାନ୍ତ କୁମାର ଶତପଥୀ ଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ସହ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ଏହା ସହିତ ଟିକା କରଣ ବିଷୟରେ ସମସ୍ତ ଙ୍କୁ ସତେତନତା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବାଳକୃଷ୍ଣ ସାହୁ, ସମସ୍ତ ଗୁରୁମା ଓ ଶିକ୍ଷକ ମାନେ କାଯ୍ୟକ୍ରମ ରେ ସହଯୋଗ କରିଥିଲେ। ପ୍ରକାଶ ଥାଉକି ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ୬ ଟି ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ସହ ମହାବାଦ୍ୟାଳୟ ମାନଙ୍କରେ ସତେତନତା ସହ ମାକ୍ସ ଓ ସାନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ଅନୁଷ୍ଠାନ ପକ୍ଷରୁ ବରଗଡ ଜିଲ୍ଲାର ଅନେକ ଗୁଡ଼ିଏ ସ୍ଥାନ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ମୁକୁନ୍ଦ ଦାଶ ଏହା କହିଛନ୍ତି । ଏହା ସହିତ ଜନ କଲ୍ୟାଣ ସେବା ଟ୍ରଷ୍ଟର ସଭାପତି ଶ୍ରୀଦାଶ ଲୋକଙ୍କୁ ମାଗି ମାଗି ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟକ୍ରମ କରୁଛନ୍ତି ବୋଲି କହିଛନ୍ତି । ବରଗଡ଼ ଜିଲ୍ଲା ର ଅନେକ ବିଦ୍ୟାଲୟ ମାନଙ୍କରେ ଏକ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ ଅନୁଷ୍ଟିତ ହେବ ବୋଲି ମଧ୍ୟ ଡଃ ଅଜିତ କୁମାର ନାଥ ସୂଚନା ପ୍ରଦାନ କରିଛନ୍ତି। ଶେଷରେ ଶିଶୁ ମନ୍ଦିର ର ସଭାପତି ଶ୍ରୀ ସୁଶାନ୍ତ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୧/୯/୨୦୨୧-----୭,୦୦ 
 Sakhigopal News, 1/9/2021

Blog Archive

Popular Posts