Breaking News

ଲଗାଣ ବର୍ଷା ରେ ବେହାଲ ଓଡଗାଁ,ରାସ୍ତା ଉପରେ ଲହଡି ମାରୁଛି ବର୍ଷା ଜଳ




ଓଡଗାଁ:-- ଶନିବାର ଠାରୁ ଲଗାତାର ଦୁଇଦିନ ପର୍ଯ୍ୟନ୍ତ ଚାଲିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ରେ ଓଡଗାଁ ବ୍ଳକ ରେ ସ୍ଥିତି ସଂଗୀନ ହୋଇଯାଇଛି। ଲଗାଣ ବର୍ଷା ରେ ଓଡଗାଁ ବ୍ଳକ ରେ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି। ବର୍ଷା ଲାଗିରହିବା ଫଳରେ, ଓଡଗାଁ ର ସିନେମା ହଲ ଛକ, ମନ୍ଦିର ରୋଡ, ଦଲକ ରୋଡ ରେ ପାଣି ଜମି ରହିବା ଫଳରେ ଯାତାୟାତ ଠପ ହୋଇଯାଇଛି। ରାସ୍ତା ପାର୍ଶ୍ୱ ରେ ଥିବା ଜମି ରେ ବର୍ଷା ପାଣି ପୂର୍ଣ୍ଣ ହେଇ ରାସ୍ତା ଉପରେ ପାଣି  ଲହଡି ମାରୁଥିବା ଦେଖିବାକୁ ମିଳିଛି । ସେହିପରି ଡ୍ରେନ ସବୁ ପୂର୍ଣ୍ଣ ହୋଇ ରାସ୍ତା ଉପରକୁ ପାଣି ଚାଲିଆସିଛି। 
            ବର୍ଷା ରେ ମଶାବାରୀ ସୋସାଇଟି ଭିତରେ ପାଣି ପସିଥିବା ଦେଖିବାକୁ ମିଳିଥିବା ବେଳେ ବାଣ୍ଠପୁର ପଞ୍ଚାୟତର  ବିଭିନ୍ନ ସ୍ଥାନରେ ଚାଳଘର ସବୁ ଭାଙ୍ଗି ଧ୍ୱଂସ ସ୍ତୁପରେ ପରିଣତ ହୋଇଯାଇଛି। ତେଣୁ ପାଣି ଜମି ରହିଥିବା ଡ୍ରେନ ଗୁଡିକୁ ଶିଘ୍ର ପରିଷ୍କାର ନକଲେ ଜଳ ନିଷ୍କାସନ ରେ ବାଧାଉପୁଜିବା ସହ ଯାତାୟାତ ବାଧାପ୍ରାପ୍ତ ହେବ ବୋଲି ଲୋକମାନେ କହୁଛନ୍ତି। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
:-୧୪/୯/୨୧---୯ ୫୦ Sakhigopal News,14/9/2021

Blog Archive

Popular Posts