Breaking News

ଅଳଗୁମରେ ଜାଗୁଳେଇ ଠାକୁରାଣିଙ୍କ କାଠିଯାତ୍ରା ଆରମ୍ଭ ; ମାଛ ତରକାରୀ ସହିତ ପିଠା ଭୋଗ=


 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମରେ ପୂଜିତମା ଜାଗୁଳେଇ ଠାକୁରାଣୀଙ୍କ ମୁହଁରୁ ଖୋଲିଛି ବିରିଯାବ । ବର୍ଷ ତମାମ ମାଙ୍କ ମୁହଁରେ ବିରିବଟାଯାବ ଦିଆଯିବାର ପରମ୍ପରା ରହିଛି । । ଷଷ୍ଠୀ ତିଥିରେ ମାଙ୍କ ଦୈନଦିନ ନୀତିକାନ୍ତି ପରେ ବାହ୍ମଣ ସେବକ ଅଭିମନ୍ତ୍ରିତ ହଳଦୀପାଣିରେ ମାଙ୍କ ମୁଖ ମଣ୍ଡଳରୁ ଯାବ ଖୋଲିଥିଲେ ।  ପରେ ମାଙ୍କୁ ମାଜଣା କରିବା ପରେ  ମାଙ୍କୁ ନାଲିଶଙ୍ଖା, ସିନ୍ଦୁର,  ଶାଢ଼ୀ  ଲାଗି କରାଯାଇ ମାଙ୍କୁ ବେଶ କରାଯାଇଥିଲା । ବିଳମ୍ବିତ ରାତିରେ ଶଙ୍କୁୁଡିଭୋଗ , ଉପଚାର ଓ ଆଳତି କରାଯାଇଥିଲା । ସେବାୟତ ମାନଙ୍କ ଦ୍ୱାରା ମନ୍ଦିର ବେଢ଼ା ପରିକ୍ରମା କରାଯାଇଥିଲା । ଆଜି ଠାରୁ ମା ଜାଗୁଳାଇଙ୍କର କନ୍ୟା ପଦ୍ମାବତୀ ବାରପଡା ବିଶିଷ୍ଠ ଅଳଗୁମ ଗ୍ରାମର ଟିକରପଡା ଗ୍ରାମ  ପରିକ୍ରମା କରିବେ ।  ଟିକରପଡା ଗ୍ରାମ ମାଙ୍କ ବାପା ଘର ବୋଲି ଶୁଣିବାକୁ ମିଳିଥାଏ । ଏଣୁ କୋଠ ଭୋଗ ପରେ ମା ବାପା ଘର ଗ୍ରାମକୁ ଯାଇ ଦୁଆରୀ ଭୋଗ ଖାଇଥାନ୍ତି । ଗରିବ ଠାରୁ ଧନୀ ପର୍ଯ୍ୟନ୍ତ ମା ଙ୍କ ପାଇଁ ପ୍ରତି ପରିବାର ନିଶ୍ଚିତ ଭାବେ ଆମିଷ ତରକାରୀ କରିବା ସହ ପିଠା ଭୋଗ କରାଯାଇଥାଏ । ମାଙ୍କର ଅତିପିୟ ମାଛ ତରକାରୀ ସହିତ ପିଠା । ଏଥିଯୋଗୁ ଟିକରପଡା ଉତ୍ସବ ମୁଖର ହୋଇପଡିଛି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୯/୨୦୨୧---=୧୦,୪୦  

Sakhigopal News, 13/9/2021

Blog Archive

Popular Posts