Breaking News

ପ୍ରେମ ବ୍ୟାପାରକୁ ନେଇ ମାରଣାନ୍ତକ ଆକ୍ରମଣ, ଦମ୍ପତି ଗୁରୁତର




ଓଡଗାଁ:---ଓଡଗାଁ ବ୍ଳକ ରୋହିବାଙ୍କ ପଞ୍ଚାୟତର ବାଘୁଆ ଠାରେ ଜିତୁ ବେହେରା ନାମକ ଜଣେ ଯୁବକ ଘରେ ପଶି ଦଣ୍ଡପାଣି ବିଶୋଇ(୫୫) ଓ ତାଙ୍କ ସ୍ତ୍ରୀ ଶାନ୍ତିଲତା ବିଶୋଇ (୪୫) ଙ୍କୁ ମାଡ ମାରି ଗୁରୁତର କରିଦେଇଛନ୍ତି। ଜିତୁ ବେହେରା ଦଣ୍ଡପାଣି ଙ୍କ ମଝିଆ ଝିଅକୁ ଭଲ ପାଉଥିଲେ, ଓ ଘର ଲୋକ ରାଜି ନହେବାରୁ ତାଙ୍କୁ ଧରି ସୁରାଟ ଚାଲି ଯାଇଥିଲେ। ପରେ ଜିତୁ ଦଣ୍ଡପାଣି ଙ୍କ ମଝିଆ ଝିଅକୁ ନିର୍ଯାତନା ଦବାରୁ ସେ ଜିତୁ କୁ ଛାଡି ଚାଲିଆସିଥିଲେ। ପରେ ଜିତୁ ଗାଁ କୁ ଫେରି ଦଣ୍ଡପାଣି ଙ୍କ ସାନ ଝିଅ ଉପରେ ଆଖି ପକାଇବାରୁ ଦଣ୍ଡପାଣି ନିଜ ସାନ ଝିଅ କୁ ତା ମାମୁଁ ଘରକୁ ପଠାଇ ଦେଇଥିଲେ। ଏନେଇ ଜିତୁର ଦଣ୍ଡପାଣି ଓ ତାଙ୍କ ସ୍ତ୍ରୀ ଶାନ୍ତିଲତା ଙ୍କ ଉପରେ ରାଗ ଥିଲା। ତେଣୁ ଜିତୁ ଆଜି ଏଭଳି ଘଟଣା ଭିଆଇଛି ବୋଲି ଗୁରୁତର ଦଣ୍ଡପାଣି ଅଭିଯୋଗ ଆଣିଛନ୍ତି। ଗୁରୁତର ଦମ୍ପତିଙ୍କୁ ପ୍ରଥମେ ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ସେଠାରେ ଅବସ୍ଥା ଗୁରୁତର ହେବାରୁ ଦମ୍ପତି ଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି

ରିପୋର୍ଟ:- ଦିଲ୍ଲୀପ କୁମାର ବିଶୋଇ, ଓଡଗାଁ
-୫/୯/୨୧----- ୮,୪୦ Sakhigopal News,5/9/2021

Blog Archive

Popular Posts