କଳା ପଲସର୍ ଆତଙ୍କ , ସାଇକଲ୍ ଆରୋହୀ ଠାରୁ , ଟଙ୍କା ଲୁଟ, ଦୁଇ ଲୁଟେରା ଗିରଫ , ଟଙ୍କା ଓ ବାଇକ୍ ଜବତ
ଭଞ୍ଜନଗର--- ଗାଙ୍ଗପୁରରେ କଳା ପଲସର ଆତଙ୍କ । ସାଇକେଲ ଆରୋହୀଙ୍କ ଠାରୁ ନଗଦ ଟଙ୍କା ଓ ମୋବାଇଲ ଲୁଟି ନେଲେ କଳା ପଲସର୍ ରେ ପିଛା କରୁଥିବା ଦୁଇ ଅଜଣା ଦୁର୍ବୃତ୍ତ । ଏ ନେଇ ଗାଙ୍ଗପୁର ଥାନା ରେ ଅଭିଯୋଗ ପରେ ସଂପୃକ୍ତ ଦୁଇ ଲୁଟେରା ଙ୍କୁ ଗିରଫ କରିବା ସହ ଲୁଟ୍ ଟଙ୍କା କୁ ଜବତ କରିଛି ପୋଲିସ । ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ଗାଁ ନିକଟ ପୁଟବନ୍ଧ ନିକଟରେ ଗତ ଘଟିଥିଲା ଏଭଳି ଘଟଣା । ଥାନା ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ , ନିକଟସ୍ଥ ମାଧବରିଡା ଗ୍ରାମର କିରଣ କୁମାର ବିଶ୍ବାଳ ସାଇକେଲ ରେ ଯାଉଥିବା ବେଳେ ତାଙ୍କୁ ଦୁଇଜଣ ଅଜଣା ଦୁର୍ବୃତ୍ତ ପିଛା କରିଥିଲେ । ଏବଂ କିରଣ ଧରିଥିବା ନଗଦ ୧୭,୬୦୦ ଟଙ୍କା , ଗୋଟିଏ ଏଣ୍ଢ୍ରୋଏଡ୍ ମୋବାଇଲ ଛଡ଼ାଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ଏନେଇ କିରଣ ଗାଙ୍ଗପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ବିଭିନ୍ନ ସ୍ଥାନରେ ଚଢାଉ କରି ସଂପୃକ୍ତ ଦୁଇ ଦୁର୍ବୃତ୍ତ ହେଲେ ସୋରଡ଼ା ନିକଟ କଇଠପଲ୍ଲୀସାହି ର କ୍ରିଷ୍ଣା ଦାସ ଓ ଏ.ଗଣେଶ ଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ଠାରୁ ଲୁଟ ହୋଇଥିବା ୧୭,୬୦୦ ଟଙ୍କା , ମୋବାଇଲ ଓ ଲୁଟ୍ ସମୟରେ ବ୍ୟବହୃତ ନମ୍ବର ବିହୀନ ପଲସର୍ ମୋଟରସାଇକେଲ କୁ ଜବତ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ କୁ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ଧିରେଶ୍ କୁମାର ଦାସ ସୂଚନା ଦେଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୯/୨୦୨୧---୬,୪୦
Sakhigopal News ,5/9/2021




