ବିଷାକ୍ତ ସାପ କମୁଡାରେ ଛାତ୍ରୀଙ୍କର ମୃତ୍ୟୁ
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ପଣ୍ଡାସାହିର ବୁଦ୍ଧିଆ ଦାସଙ୍କ ଝିଅ ପୂଜାରାଣୀ ଦାସ( ୧୫) ଙ୍କୁ ବିଷାକ୍ତ ସାପ କାମୁଡିବାରୁ ମୃତ୍ୟୁ ହୋଇଯାଇଛି । ସୁଚନାଯୋଗ୍ୟ ଯେ ପୂଜା ମଙ୍ଗଳପୁର ସ୍ଥିତ ଡାହାଙ୍ଗିିରିଆ ଗ୍ରାମର ଅଜା ଦୁଃଖିଶ୍ୟାମ ସୁବୁଦ୍ଧିଙ୍କ ଘରେ ରହି ପାଠ ପଡୁଥିଲେ । ରାତିରେ ଶୋଇଥିବା ବେଳେ ତାଙ୍କ ପ୍ୟାଣ୍ଟ ମଧ୍ୟରେ ଏକ ବୋଡାସାପ ପଶିକି ରହିଥିଲା । ପୂଜା ଏହା ଜାଣି ପାରି ଘର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକମାନେ ତାଙ୍କ ପ୍ୟାଣ୍ଟକୁ ଚିରି ସାପଟିକୁ କାଡିବା ସହିତ ମାରି ଦେଇଥିଲେ । ପୂଜାର କୌଣସି କ୍ଷତ ନଥିବା ବେଳେ ପୂଜା ସୁସ୍ଥ ଥିବାରୁ ସମସ୍ତେ ଶୋଇପଡିଥିଲେ । ସକାଳୁ ଦେଖିଲା ବେଳକୁ ପୂଜାର ନାକ ଓ ପାଟିରୁ ଫେଣ ବାହାରୁଛି । ତାଙ୍କୁ ସଙ୍ଗେ ସଙ୍ଗେ ମଙ୍ଗଳପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ପୂଜାଙ୍କର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ପଠାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଖବର ପହଞ୍ଚିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ୠ୍ରାମ ଶସ୍ମାନରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୯/୨୦୨୧---୫,୪୦
Sakhigopal, News, 5/9/2021


