Breaking News

ଅଜଣା ଗାଡି ଧକ୍କା ରେ ଜଣେ ମୃତ ଦୁଇ ଗୁରତର


ଭଞ୍ଜନଗର----- ଭଞ୍ଜନଗର  ଅଜଣା ଗାଡି ଧକ୍କାରେ ଜଣେ ମୃତ ହେଇଥିବା ବେଳେ ୨ଆହତ ।  ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡ଼େଙ୍ଗାପଦର ଗ୍ରାମ ନିକଟ କେନାଲ ଠାରେ ଏହି ଦୁର୍ଘଟଣା ଘଟିଛି । ରବିବାର  ରାତିରେ ଅଜଣା ଗାଡି ଧକ୍କା ରେ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ମୃତକ  ଜଣକ ହେଲେ ନିକଟସ୍ଥ ଧୂଆଁଛାଇ ଗ୍ରାମର  ସୁଶାନ୍ତ ପ୍ରଧାନ । ଗୁରୁତର ଦୁଇଜଣ ହେଲେ ଚନ୍ଦନ ପ୍ରଧାନ ଓ ମନୋଜ  ବେହେରା ।  ଖବର ପାଇ ଭଂଜନଗର  ଅଗ୍ନିଶମ ବାହିନୀ ଘଟଣା ସ୍ଥଳରୁ ତିନିଜଣ ଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ କୁ ନେଇଥିବାବେଳେ ଡାକ୍ତର ସୁଶାନ୍ତ କୁ ମୃତ ଘୋଷଣା କରିଥିଲେ ।  ଅନ୍ୟ ଦୁଇଜଣ ଙ୍କ ଚିକିତ୍ସା ଜାରି ରହିଛି ।  ଅନ୍ୟପଟେ ଭଞ୍ଜନଗର ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତକରି ବ୍ୟବଚ୍ଛେଦ କରିବା ସହ ଘଟଣାର ତଦନ୍ତ ଚଳାଇଛି ଭଂଜନଗର ଥାନା ପୋଲିସ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୯/୨୦୨୧--୯,୪୬ Sakhigopal News,13/9/2021

Blog Archive

Popular Posts