ବିଜେଡି ଦଳର ପରିବଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଭଞ୍ଜନଗର--- ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ସ୍ଥିତ ଫରେଷ୍ଟ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକ ରେ ଭଞ୍ଜନଗର ନଗର ସଭାପତି ରାଜେନ୍ଦ୍ର ବିଷେଇ,ଜଗନ୍ନାଥ ପ୍ରସାଦ ବ୍ଲକ ବିଜେଡି ସଭାପତି ମୋହନ ପ୍ରଧାନ,ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ବିପ୍ର ଚରଣ ବାରିକ,ଗଞ୍ଜାମ ଜିଲ୍ଲା କାଯ୍ୟକାରିଣୀ ସଦସ୍ୟ ଚିଦାନନ୍ଦ ସ୍ୱାଇଁ,ନଗର ମହିଳା ସଭା ନେତ୍ରୀ ଶ୍ରୀମତୀ ସୁଜ୍ଞାନୀ ଗୌଡ଼,ଗଞ୍ଜାମ ଜିଲ୍ଲା ସମ୍ପାଦକ ଶ୍ରୀମତି ସଞ୍ଜୁତା ବେହେରା, ଗଞ୍ଜାମ ଜିଲ୍ଲା ଉପସଭାପତି ଭି ସନ୍ଦୀପ ରାଜୁ, ବ୍ଲକ ଯୁବ ସଭାପତି ରବୀନ୍ଦ୍ର କୁମାର ପ୍ରଧାନ, ଭଞ୍ଜନଗର ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ହିମାଂଶୁ ଶେଖର ବାରିକ,ଗଞ୍ଜାମ ଜିଲ୍ଲା ଉପସଭାପତି ରାଜ କୁମାର ସାହୁ, ସୁଧୀର ରଞ୍ଜନ ବେହେରା, ଜଗନ୍ନାଥ ପ୍ରସାଦ ବ୍ଲକ ଛାତ୍ର ବିଜେଡି ସଭାପତି ବିଭୁତି ଭୂଷଣ ନାୟକ,ବିଜେଡି ଯୁବ ସଭାପତି ଶ୍ରୀକାନ୍ତ ଦଳବେହେରା ,ବରିଷ୍ଠ ଆଇନଜିବି ରାଜେନ୍ଦ୍ର ପ୍ରଧାନ, ଆଇନ ଜିବି ଦିବାକର ନାୟକ, ବାରିକ,ସୁବାସ ଚନ୍ଦ୍ର ଗୌଡ଼,ସୁବଳ ପ୍ରଦାନ ଯୋଗଦେଇ ଥିଲେ। ଏହି ବୈଠକ ଗଞ୍ଜାମ ଜିଲ୍ଲା ର ୧୦ ଜଣ ବିଧାୟକ ଓ ବିଧାୟକା ,୩ ଜଣ ସାଂସଦ, ବିଜେଡି ଦଳର ମାନ୍ୟବର ଉପସଭାପତି ଦେବୀ ପ୍ରସାଦ ମିଶ୍ର,ଗଞ୍ଜାମ ଜିଲ୍ଲା ପଯ୍ୟବେକ୍ଷକ ମାନ୍ୟବର ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଯୋଗୋ ଦେବା ସଙ୍ଗେ ସଙ୍ଗେ ଗଞ୍ଜାମ ଜିଲ୍ଲା ବିଜେଡି ବହୁତ ପଦାଧିକାରୀ ଯୋଗୋ ଦେବେ। ଏହି ବୈଠକ କୁ ସୁନ୍ଦର ଭାବେ କିଭଳି ପରିଚାଳନା ହବ ମାନ୍ୟବର ମନ୍ତ୍ରୀ ପୁଙ୍ଖାନୁ ପୁଙ୍ଖ ଭାବେ ବୁଝାଇଥିଲେ । ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ଉଭୟ ବ୍ଲକ ରୁ ୭୦ ଜଣଙ୍କୁ ଏହି ବୈଠକ ପରିଚାଳନା ପାଇଁ ମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୯/୨୦୨୧----୯,୪୦
Sakhigopal News,13/9/2021