Breaking News

ପୁରୀ ଏସପିଙ୍କ ଡେଲାଙ୍ଗ ଥାନାରେ ନିର୍ବାଚନ ସମୀକ୍ଷା


ଡେଲାଙ୍ଗ ----- ପିପିଲି -ଡେଲାଙ୍ଗରେ ବିଧାନସଭା ପାଇଁ ୩୦ ୍‌ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଡେଲାଙ୍ଗରେ ଯେପରି ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ ହେବଏହାକୁ ନେଇ ପୁରୀ ଏସ,ପି ଡକ୍ଟର କେ, ବିଶାଲ ସିଂ , ଆଇ, ପି.ଏସ  ଆଜି ଡେଲାଙ୍ଗ ଥାନା ପରିଦର୍ଶନ କରିବା ସହ ନିର୍ବାଚନ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ପିପିଲି ଏସ, ଡି,ପି, ଓ ଦେବ ଦତ୍ତ ବରାଳ, ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଡାଇ, ବିଡିଓ ଦୀଲିପ କୁମାର ଷଡଙ୍ଗୀ ଓ ଡେଲାଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ସହିତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।  ଡେଲାଙ୍ଗ ଥାନା ଅଞ୍ଚଳରେ ଥିବା ୧୨୯ଟି ବୁଥ ମଧ୍ୟରୁ୪୫ଟି ବୁଥ ସମ୍ବେଦନଶୀଳ ବୁଥ ରହିଥିବାରୁ ଉକ୍ତ ବୁଥ ଗୁଡିକ କଡା ନଜର ରଖିବାକୁ ଏସ.ପି ପରାମର୍ଶ ଦେଇଛନ୍ତି । ନିର୍ବାଚନ ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳା ସହିତ ଶେଷ କରିବା ପାଇଁ ଜଣେ ଅତିରିକ୍ତଏସ.ପିଙ୍କ ତତ୍ୱବଧାନରେ ୨ଜଣ ଡିଏସପି, ୫ଜଣ ଇନ୍ସପେକ୍ଟର, ୪ ପ୍ଳାଟୁନ ପୋଲିସ ଫୋର୍ସ ସହିତ ୧୨ଗୋଟି ପେଟ୍ରୋଲିଙ୍ଗ ପାର୍ଟି ରହିବେ ବୋଲି ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୯/୨୦୨୧--୭,୦୦

  Sakhigopal News, 15/9/2021

Popular Posts