ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ଶୁଭାରମ୍ଭ ପାଇଁ 'ଆଶ୍ରୟ 'ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ଜଟଣୀ ---ସ୍ଥାନୀୟ "ଆଶ୍ରୟ 'ଅନୁଷ୍ଠାନ ପରିଷରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ୨୦୧୯ ବର୍ଷ ପରଠାରୁ କରୋନା ମହାମାରୀ ନିମନ୍ତେ ବନ୍ଦ ଥିବା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା । ପ୍ରଥମ ଥର ପାଇଁ ଖୋର୍ଦ୍ଧାଜିଲ୍ଲା ବ୍ୟାଡ଼ମିଣ୍ଟନ ଆସୋସିଏସନ (KDBA )ଆନୁକୂଲ୍ୟରେ ଓଡିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ଆସୋସିଏସନ ସହଭାଗିତାରେ "ଆଶ୍ରୟ 'ଇଣ୍ଡୋର ହଲ ପରିସର ମଧ୍ୟରେ ଚଳିତ ବର୍ଷ ସେପ୍ଟେମ୍ବର ମାସ ଚବିଶ ତାରିଖରୁ ଛବିଶ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିବ ହେବ । ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ ଗାଇଡ଼ ଲାଇନ ଅନୁସରଣ କରି ଟୁଣ୍ଣାମେଣ୍ଟ ଆୟୋଜନ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନର ପ୍ରାୟ ୧୫0 ବାଳକ ଏବଂ ବାଳିକା ଖେଳାଳି ଅଂଶଗ୍ରହଣ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ପ୍ରତିଯୋଗିତାର କୃତକାର୍ଯ୍ୟ ଖେଳାଳି ମାନେ ସର୍ବଭାରତୀୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ ବୋଲି ଖୋର୍ଦ୍ଧାଜିଲ୍ଲା ବ୍ୟାଡ଼ମିଣ୍ଟନ ଆସୋସିଏସନର ସାଧାରଣ ସମ୍ପାଦକ ସୂଚନା ପ୍ରଦାନ କରିଛନ୍ତି ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୯/୨୦୨୧---୬,୩୦
Sakhigopal News