ଡେଲାଙ୍ଗରେ ସିରିଜି ଚୋରି ଘଟଣାର ପର୍ଦ୍ଧାଫାଶ କରିଛି ଡେଲାଙ୍ଗ ପୋଲିସ : ୬ ଗିରଫ , ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ
ଡେଲାଙ୍ଗ---- ଡ଼େଲାଙ୍ଗ ଥାନା ଆଞ୍ଚରେ ଗୋଟିଏ ରାତିରେ ୪ ଟି ସ୍ଥାନରୁ ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଏକ ଆରି (ତାଲା କରିବା ପାଇଁ ବ୍ୟାବହାରିକ) ରୁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଗିରଫ ଅଭିଯୁକ୍ତ ମାନେ ଗୋଟିଏ ରାତିରେ ୪ ସ୍ଥାନ ରୁ ଚୋରି କରିଥିବା ସ୍ୱୀକାର କରିଥିଲେ । ଏତଦ୍ ସହିତ ଚୋରି ସାମଗ୍ରୀ ବିକ୍ରିକରି ଥିବା ପୋଲିସ ନିକଟରେ ସ୍ଵୀକାର କରିଥିଲେ । ଏନେଇ ପୋଲିସ ଚୋରି କରିଥିବା ଘଟଣାରେ ସଞ୍ଜୟ ବେହେରା, ବିଶ୍ୱଜିତ୍ ବେହେରା, ସନ୍ତୋଷ ମାଲିକ, ଆଜମତ ଖାଁ ଙ୍କୁ ଗିରଫ କରିଥିବା ବେଳେ ଏମାନଙ୍କ ଠାରୁ ସମନ୍ କିଣିଥବା ମିଥୁନ ସିଂ ଓ ଶିବପ୍ରସାଦ ସାମନ୍ତରାୟ ଙ୍କୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଏହି ଅଭିଯାନରେ ଡ଼େଲାଙ୍ଗ ଆଇ ଆଇ ସି ରଶ୍ମିରଞ୍ଜନ ପଟ୍ଟନାୟକ ଙ୍କ ନେତୃତ୍ବରେ ହାଟ ଡ଼େଲାଙ୍ଗ ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁ, ଏ ଏସ୍ ଆଇ ଯୁଗୋଳ ଜେନା ସଦଳବଳ ଗିରଫ କରିବା ରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତଙ୍କ ଠାରୁ ପାଣି ମୋଟର ୩ ଟି, ଫ୍ରିଜ୍ ୧ଟି , ଷ୍ଟାଣ୍ଡ ଫ୍ଯାନ୍ ୧ଟି, ଓଭାନ, ବିଦ୍ୟୁତ ବିଭାଗର ସରଞ୍ଜାମ,ଏଲଡି ଟିଭି ଯବତ୍ କରାଯାଇଛି । ଛଅଜଣ ଅଭିଯୁକ୍ତଙ୍କୁ କୋଟ୍ ପଠା ଯାଇଥିବା ଆଇ ଆଇ ସି ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୯/୨୦୨୧---- ୬,୦୦
Sakhigopal News, 1/9/2021