କିଡନୀ ନେଇ ଠକିବା ଘଟଣା, ନ୍ୟାୟ ପାଇଁ ଥାନା ଆଗରେ ଧାରଣାରେ ବସିଲେ ପୀଡିତ ଓ ପରିବାର
ଓଡଗାଁ::--- କିଡନୀ ଦେଇ ଠକେଇ ର ଶିକାର ହୋଇଥିବା ରଜତ ନାୟକ ଆଜି ନ୍ୟାୟ ପାଇଁ ଓଡଗାଁ ଆଦର୍ଶ ଥାନା ଆଗରେ ପରିବାର ସହ ଧାରଣାରେ ବସିଛନ୍ତି।
ସୂଚନାନୁସାରେ, କୁରାଳ ଆନନ୍ଦ ସାହୁ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତ୍ରିନାଥ ପ୍ରଧାନ ୨୦୧୧ ମସିହା ରେ ତାଙ୍କର ଗୋଟିଏ କିଡନୀ ଖରାପ ହେବାରୁ ନିଜ ଗ୍ରାମ ବାସିନ୍ଦା ରଜତ ନାୟକଙ୍କୁ ୧୫ ଲକ୍ଷ ଟଙ୍କା ଓ ପିଅନ ଚାକିରି କରାଇଦେବା ଲୋଭ ଦେଖାଇ ରଜତଙ୍କ ଠାରୁ ଏକ କିଡନୀ ଆଣି ନିଜ ଠାରେ ପ୍ରତିରୋପଣ କରିଥିଲେ। କିନ୍ତୁ ଦୁଃଖ ର ବିଷୟ ରଜତ କିଡନୀ ଦେବା ପରେ ପ୍ରଧାନ ଶିକ୍ଷକ ନିଜ ପ୍ରତିଶ୍ରୁତି ଭୁଲି ସାହାଯ୍ୟ କରିବାକୁ ମନା କରିଦେଇଥିବା ରଜତ କହିଛନ୍ତି। ବର୍ତ୍ତମାନ ରଜତଙ୍କ ଦେହ ଧିରେଧିରେ ଖରାପ ଆଡକୁ ଗତିକରିବା ସହ ଦେହ ଭଲ କରିବା ପାଇଁ ଟଙ୍କାଟିଏ ପାଖରେ ନାହିଁ। ତେଣୁ କିଡନୀ ଦେବା ପରେ ବର୍ତ୍ତମାନ କିଛି ମାସ ରଜତଙ୍କ ଦେହ ଖରାପ ହେବାରୁ ରଜତ ବର୍ତ୍ତମାନ ସହାୟତା ଦାବି ସହ ବିଶ୍ୱାସଘାତକତା କରିଥିବା ପ୍ରଧାନ ଶିକ୍ଷକ ଙ୍କୁ ଦଣ୍ଡ ଦାବିରେ ଏକ ମାସରୁ ଉର୍ଦ୍ଧ୍ବ ସମୟ ପୁଲିସ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ଯ ତାଙ୍କ କଥା କେହି ଶୁଣୁ ନଥିବାରୁ ଆଜି ଦିନ ୧୦ ଘଣ୍ଟିକା ଠାରୁ ରଜତ, ତାଙ୍କ ସ୍ତ୍ରୀ ମଞ୍ଜୁବାଳା ଓ ସାଙ୍ଗରେ କୁନି ଝିଅ ଆଲାଦିନୀ ନ୍ୟାୟ ପାଇଁ ଓଡଗାଁ ଆଦର୍ଶ ଥାନା ଆଗରେ ଭିଷଣ ବର୍ଷାକୁ ଖାତିର ନକରି ଧାରଣା ରେ ବସିଥିବା ଦେଖିବାକୁ ମିଳିଛି।
ଏ ସମ୍ପର୍କରେ ପୀଡିତ ରଜତ ନାୟକ ଙ୍କୁ ପଚାରିବାରେ, ନ୍ୟାୟ ନମିଳିବା ଯାଏ ଅନିର୍ଦ୍ଦିଷ୍ଟ କାଳ ପାଇଁ ଥାନା ଆଗରେ ସେ ତାଙ୍କ ସ୍ତ୍ରୀ ଓ କୁନି ଝିଅ କୁ ଧରି ଧାରଣା ଦେବେ ବୋଲି କହିଛନ୍ତି।ଏନେଇ ଓଡଗାଁ ଆଦର୍ଶ ଥାନା କର୍ମଚାରୀ ଙ୍କୁ ପଚାରିବାରେ, ଥାନା ଅଧିକାରି ନଥିବା କହିବା ସହ ଥାନା ଅଧିକାରୀ ଙ୍କ ବିନା ଅନୁମତିରେ ସେ କିଛି କହିପାରିବେ ନାହିଁ ବୋଲି କହିଥିଲେ। ପରେ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ ହେବାରୁ, ଘଟଣାର ତଦନ୍ତ ଚାଲିଛି ଓ ଖୁବଶୀଘ୍ର ସମସ୍ୟା ର ସମାଧାନ ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ରିପୋର୍ଟ:-ଓଡଗାଁ ରୁ ଦିଲ୍ଲୀପ୍ କୁମାର ବିଶୋଇ
-୧/୯/୨୧---୬,୧୫
Sakhigopal News, 1/9/2021