Breaking News

ଘାସ ଜଙ୍ଗଲରେ ପରିପୂର୍ଣ୍ଣ ଜେନାପୁର ପଞ୍ଚାୟତ ଗ୍ରାମୀଣ ପାର୍କ ;କାମରେ ଆସୁନି


 ଡେଲାଙ୍ଗ------ ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଜେନାପୁର ପଞ୍ଚାୟତ ପରିସରରେ ନିର୍ମିତ ଗ୍ରାମିଣ ପାର୍କ ଏବେ ଜଙ୍ଗଲି ଘାସ ସହିତ କାନ୍ଦୁରୀ କଣ୍ଟାରେ ପରିପୂର୍ଣ୍ଣ ହୋଇପଡିଛି । ଜନସାଧାରଣ ମାନଙ୍କ କାମରେ ଆସୁନି ଉକ୍ତ ପାର୍କ । ସରକାର ଜନସାଧାରଣଙ୍କ ପାଇଁ  ପ୍ରତି ପଞ୍ଚାୟତରେ ଗ୍ରାମିଣ ପାର୍କ ନିର୍ମାଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ରହିଛି । କିନ୍ତୁ ଜେନାପୁର ପଞ୍ଚାୟତ ପରିସରରେ ନିର୍ମାଣ ହୋଇଥିବା ଗ୍ରାମିଣ ପାର୍କଏବେ କାହାରି କାମରେ ଆସୁନି । ଆସୁଛି କେବଳ ସରୀସୃପ ମାନଙ୍କର । ପାର୍କ ନିର୍ମାଣ ଓ ଗ୍ରାମବାସୀଙ୍କ ସୁବିଧା ପାଇଁ ସରକାରୀ ଜାଗା ଥିବା ବେଳେ କାହା ଇଙ୍ଗିତରେ ପଞ୍ଚାୟତ ପରିସରରେ ଏହା ନିର୍ମାଣ କରାଯାଇଛିି ଯାହାକୁ ନେଇ  ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି । ନିର୍ମାଣଧିନ ପାର୍କ ଜନସାଧାରଣଙ୍କ କୈାଣସି କାର୍ଯ୍ୟରେ ଆସୁନାହିଁ । କାରଣ ପାର୍କ ଠାରୁ ଗ୍ରାମବସତୀ ବହୁ ଦୂରରେ ରହିଛି ।  ନିର୍ମାଣଧିନ ପାର୍କ ଫାଟକରେ ଏବେ ତାଲା ଝୁଲୁଛି ।  ସରକାରଙ୍କ ତହବିଲରୁ ଲକ୍ଷ ଲକ୍ଷ ଟଙ୍କାରେ କିଣାଯାଇଥିବା ବିଭିନ୍ନ ସାମଗ୍ରୀ ଗୁଡିକ ଏବେ ନଷ୍ଟ ହେବାକୁ ବସିଲାଣି । ନିମ୍ନମାନର କାର୍ଯ୍ୟ ସାଙ୍ଗକୁ ସରକାରୀ ଅର୍ଥ ତୋଷରପାତ କରିବା ଲକ୍ଷ୍ୟରେ ଏହି ପାର୍କ ନିର୍ମାଣ କରାଯାଇଥିବା ଗ୍ରାମାବସୀ ମାନେ ଅଭିଯୋଗ କରିଛନ୍ତି ।  ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପାର୍କ ନିର୍ମାଣରେ ହୋଇଥିବା ଘୋଟଲା  ପଦାରେ ପଡିପାରନ୍ତା ବୋଲି ନି ସାଧାରଣରେ ଦାବୀ ହେଉଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩/୮/୨୦୨୧---୧୦,୦୦  

 Sakhigopal News, 3/8/2021

Blog Archive

Popular Posts