ବିବାହିତା ମହିଳା ଙ୍କ ଆତ୍ମହତ୍ୟା , ଥାନାରେ ଅଭିଯୋଗ : ସ୍ବାମୀ ଅଟକ
ଭଞ୍ଜନଗର--ତାରସିଂ ଥାନା ଅନ୍ତର୍ଗତ କୋକଳବା ଗ୍ରାମରେ ଥିବା ବେଣୀଆସାହିରେ ରହୁଥିବା ଶାନ୍ତନୁ କୁମାର ସେଠୀଙ୍କ ସ୍ତ୍ରୀ ପ୍ରୀୟଲଙ୍କା ସେଠୀ ନିଜ ଘରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ନେବାରେ ପ୍ରିୟଙ୍କାର ଦେଢ ବର୍ଷର ପୁଅ ରହିଛି ।ଗତକାଲି ପୁଅ କୁ ବାପା ଶାନ୍ତନୁ ନିଜ ଘରକୁ ନେବା ସମୟରେ ସ୍ତ୍ରୀ ପିୟଙ୍କା ଏହାକୁ ବାରଣ କରିବାରୁ ସ୍ବାମୀ ସ୍ବୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସ୍ତ୍ରୀ ପିୟଙ୍କା ଅସନ୍ତୁଷ୍ଟ ରହିଥିଲେ ।ମଙ୍ଗଳବାର ସକାଳୁ ପରିବାର ଲୋକ ବିଲକୁ ଯିବା ପରେ ପିୟଙ୍କା ଘରେ ଏକୁଟିଆ ରହିଥିଲେ । କିଛି ସମୟ ପରେ ପିୟଙ୍କାଙ୍କ ଭଉଣୀ ବିଲରୁ ଘରକୁ ଫେରି ଦେଖିବା ବେଳକୁ ଘରର କବାଟ ବନ୍ଦ ରହିଥିଲା ।ଏହି ଘଟଣାକୁ ନେଇ ଶାନ୍ତନୁ କୁ ପିୟଙ୍କା ଙ୍କ ଭଉଣୀ ଜଣାଇବା ପରେ ଶାନ୍ତନୁ ଏହି ଘଟଣାକୁ ଗୁରୁତର ସହ ନେଇ ନଥିଲେ । ପିୟଙ୍କା ଙ୍କ ଭଉଣୀ ସାହିର କିଛି ଲୋକଙ୍କୁ ଡାକି ବନ୍ଦ କବାଟକୁ ଖାେଲି ଦେଖିବା ବେଳକୁ ପିୟଙ୍କା ଓରାରେ ଝୁଲୁଥିବା ଦେଖିଥିଲେ । ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ । ଘଟଣାସ୍ଥଳରେ ସରପଞ୍ଚ ନିର୍ମଳ ନାୟକ ପହଞ୍ଚି ପୋଲିସକୁ ଜଣାଇବା ପରେ ତାରସିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ବୁଧବାର ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ପ୍ରଦିପ୍ର କୁମାର ଦାଶ କହିଛନ୍ତି । ଏହି ଘଟଣାକୁ ନେଇ ତାରସିଂ ପୁଲିସ ସ୍ବାମୀ ଶାନ୍ତନୁ କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପ୍ରଦିପ୍ର କୁମାର ଦାଶ ସୁଚନା ଦେଇଛନ୍ତି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୩/୮/୨୦୨୧ ----- ୧୦,୦୫
Sakhigopal News,3/8/2021