Breaking News

ଶିଶୁପୁତ୍ରର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫପାଣ୍ଠିରୁ ସହାୟତା ମିଳିଲା

 


ଡେଲାଙ୍ଗ----- ଡେଲାଙ୍ଗ କୋଠବାଡ ପଞ୍ଚାୟତ ଅର୍ନ୍ତଗତ ଗଞ୍ଜେଇ ଗୋରଡି ଗ୍ରାମର ରାଜେଶ ବାରିକଙ୍କ ୧୮ ମାସର ଶିଶୁ ପୁତ୍ର ଗୁରୁତର ରୋଗରେ ପିଡିତ । ପରିବାର ଲୋକମାନେ ଘରେ ଯାହାଥିଲା ବିଭିନ୍ନ ମେଡିକାଲରେ ଶିଶୁପୁତ୍ରର ଚିକିତ୍ସା କରିବାରେ ଖର୍ଚ୍ଚ କରିସାରିଛନ୍ତି ।  ଅର୍ଥ ସରିଗଲା ପରେ ଘରେ ଶିଶୁପୁତ୍ରକୁ ରଖି ଚିକିତ୍ସା କରୁଛନ୍ତି ।  ଚିକିତ୍ସାରେ ଅର୍ଥ ସାଜିଛି ବାଧକ ଘଟଣା ସମ୍ପର୍କରେ ସମାଜସେବୀ ବିଶ୍ୱଜିତ ପାଢୀ ଙ୍କ ସହିତ ବିଭିନ୍ନ ଗଣମାଧ୍ୟମ ଓ ପିପିଲି ଟୁଇଟର କ୍ଲବ ପକ୍ଷରୁ ସହାୟତା ପ୍ରଦାନ କରିବା ପାଇଁ ନିବେଦନ କରାଯାଇଥିଲା । ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢେଇଙ୍କ ତତ୍ୱବଧାନରେ ଅତିରିକ୍ତ ତହସିଲଦାର ରଞ୍ଜନ କୁମାର ନାୟକ ଗଞ୍ଜେଇଗୋରଡି ଗ୍ରାମରେ ପହଞ୍ଚିି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୧୦ହଜାର ଟଙ୍କା ଉକ୍ତ ଶିଶୁ ପୁତ୍ରଙ୍କ ବାପା ରାଜେଶ ବାରିକଙ୍କୁ  ସହାୟତା ରାଶି ପ୍ରଦାନ କରିଛନ୍ତି । ସୁଚନା ଥାଉକି ୧୮ ମାସର ଶିଶୁପୁତ୍ରଟି ହୃଦରୋଗରେ ପିଡିତ ରହିଥିବା ବେଳେ ୫ବର୍ଷ ବୟସ ପରେ ତାର ଅସ୍ତ୍ରପଚାର ଏବଂ ସେହିଦିନ ପର୍ଯ୍ୟନ୍ତ ନିୟମିତ ଔଷଧ ସେବନ କରିବା ପାଇଁ ଡାକ୍ତରଙ୍କ ପରାମର୍ଶ ଦେଇଥିବା ପରିବାରଙ୍କ ପକ୍ଷରୁ ସୁଚନା ମିଳିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩/୮/୨୦୨୧---୯,୫୦    Sakhigopal News, 3/8/2021

Blog Archive

Popular Posts