Breaking News

ଯୈ।ତୁକ ପାଇଁ ସ୍ତ୍ରୀ କୁ ମରଣାନ୍ତକ ଆକ୍ରମଣ , ସ୍ବାମୀ ଗିରଫ

  ଭଞ୍ଜନଗର-- ଗାଲେରୀ ଫାଣ୍ଡି ଅନ୍ତର୍ଗତ ଗାଲେରୀ ହରିଜନ ସାହିରେ ବିବାହିତା ସ୍ତ୍ରୀକୁ ନିର୍ଯ୍ୟାତନା ଓ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ସ୍ବାମୀ କୁ ଗିରଫ କରିଛି ପୋଲିସ । ଆହତ ସ୍ତ୍ରୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ରେ ଏବେ ଚିକିତ୍ସିତ ହେଉଥିବା ଜଣାପଡିଛି । ଗାଲେରୀ ଫାଣ୍ଡି ଅଧିକାରୀ ଚନ୍ଦ୍ର ଶେଖର ବେହେରା ଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ,  ଗାଲେରୀ ହରିଜନ ସାହିରେ  ଆଶିଷ୍ କୁମାର ନାୟକ  ଗତ ୪ ବର୍ଷ ତଳେ ଗାଙ୍ଗପୁର ଥାନା ଅନ୍ତର୍ଗତ ମକରାପଲୀ ଗ୍ରାମର  ଜମୁନା ନାୟକ କୁ ବିବିହ କରିଥିଲେ । ଉଭୟ ଙ୍କ ୩ ବର୍ଷ ର ଝିଅଟିଏ  ରହିଛି । ତେବେ ଗତ ଦୁଇବର୍ଷ ହେଲା ସ୍ବାମୀ ଆଶିଷ , ସ୍ତ୍ରୀ ଜମୁନା ସହ ଝଗଡା କରିବା ସହ ବାପା ଘରୁ ଟଙ୍କା ଆଣିବା କୁ କହି ମାଡ଼ ମାରୁଥିଲେ । ସୋମବାର ଦିନ ମଧ୍ୟ, ଅନୁରୂପ ଭାବେ ସ୍ତ୍ରୀ ଜମୁନା କୁ ଭୀଷଣ ମାଡ଼ ମାରିଥିଲା । ପରେ ଆହତ ସ୍ତ୍ରୀ ର ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ଗାଲେରୀ  ସ୍ବାସ୍ଥ୍ୟ କେନ୍ଦ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଆହତ ମହିଳା ଙ୍କ ମା ଶୈରେନ୍ଦ୍ରୀ ନାୟକ ଗାଲେରୀ ଫାଣ୍ଡି ରେ ଲିଖିତ ଏତଲା ଦେଇଛନ୍ତି । ଅଭିଯୋଗ ଆଧାରରେ  , ସ୍ବାମୀ ଆଶିଷ କୁ  ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଫାଣ୍ଡିଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ, ୩/୮/୨୦୨୧----୧୦,୨୦। Sakhigopal News, 3/8/2021

Blog Archive

Popular Posts