Breaking News

ଶେଷ ଫନି ତାଲିକା ପ୍ରସ୍ତୁତିରେ ଅନିୟମିତତା ନେଇ ହେହଲ୍ଲା; ବିଧାୟକଙ୍କ ହସ୍ତକ୍ଷେପ ପରେ ଶାନ୍ତ


 ସାକ୍ଷୀଗୋପାଳ----- ସତ୍ୟବାଦୀ ତହସିଲରେ ଫନି ତାଲିକା ପ୍ରସ୍ତୁତିରେ ଅନିୟମିତତା ନେଇ ହିତାଧିକାରି ଓ ବିଜେଡି କର୍ମୀ ମାନେ ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚି ହେହଲ୍ଲା କରିଥିଲେ ।   ମାତ୍ର ଏହି ତାଲିକାରେ ଆଗ ଅପେକ୍ଷା ଅଧିକ ଜାଲିଆତି କରାଯାଇଛି ବୋଲି ଜନସାଧାରଣ ଦର୍ଶାଇଥିଲେ  ।  ଏହାକୁ ବିଜେଡି ଦଳର ପ୍ରତିନିଧି ମାନେ ସମର୍ଥନ କରି ସାକ୍ଷୀଗୋପାଳ ତହସିଲ କାର୍ଯ୍ୟାଳୟ ପରିସରରେ  ହୋହଲ୍ଲା କରିଥିଲେ ।  ଏହି ଖବର ପାଇ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ହସ୍ତକ୍ଷେପ କରିଥିଲେ । ତହସିଲ ଦାର ଦାୟତ୍ୱରେ ଥିବା  ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ସହିତ ଆଲେଚନା କରିବା ପରେ ଆସନ୍ତା କାଲି ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା । ଜିଲ୍ଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଜିଲ୍ଲା ବିଜେଡି ସମ୍ପାଦକ ଦେବାଶିଷ ରାୟ.  ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ସତ୍ୟବାଦୀ ଆତ୍ମର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି,ପିପିଲି ବ୍ଳକ ଆତ୍ମାର ସଭାପତି ଧରଣୀ ଧର ସାହୁ, ସତ୍ୟବାଦୀ  ବ୍ଳକ  ବିଜେଡି ସଭାପତି ପ୍ରମୋଦ ରାଉତରାୟ, ମହିଳା ନେତ୍ରୀ ଯମୁନା ବେହେରା, ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର ପ୍ରଧାନଙ୍କ ସହିତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୮/୨୦୨୧----୯,୦୦  

 Sakhigopal News, 18/8/2021

Blog Archive

Popular Posts