Breaking News

ଝୁଲଣ ମଣ୍ଡପରେ ଦର୍ଶନ ଦେଲେ ସାକ୍ଷୀଗୋପିନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ


 ସାକ୍ଷୀଗୋପାଳ------ ସାକ୍ଷୀଗୋପାଳ ମନ୍ଦିରରେ ଥିବା ଝୁଲଣମଣ୍ଡପରେ ସାକ୍ଷୀଗୋପିନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଝୁଲଣ ମଣ୍ଡପରେ ବିଜେ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।  ଦଶମୀ ଠାରୁ ପୂର୍ଣ୍ଣମୀ ବାସି ଦିନ  ପର୍ଯ୍ୟନ୍ତ ସାତଦିନ ଧରି ଏହି ପର୍ବ ପାଳିତ ହୋଇଥାଏ । ମନ୍ଦିରରେ ପ୍ରତିଦିନ ନୀତିକାନ୍ତି ଅନୁଯାୟୀ  ସଂଧ୍ୟା ଧୂପ ବେଶ ପରେ ଚଳନ୍ତି ପ୍ରତିମା ଝୁଲଣ ମଣ୍ଡପକୁ ସେବାୟତ ମାନେ ବିଜେ କରିଥାନ୍ତି ।  ଆଳତୀ, ଉପଚାର ଓ ବନ୍ଧପନା କରାଯାଇଥାଏ । ବଡସିଂହାର ବେଶ ଧୂପ ପରେ ଚଳନ୍ତି ପ୍ର୍‌ତିମା ନିଜ ମନ୍ଦିରକୁ ବିଜେ କରିଥାନ୍ତି ।  ଝୁଲଣ ମଣ୍ଡପକୁ ରଙ୍ଗ ବେରଙ୍ଗ ଆଲୋକ ମାଳ ସହିତ ଜରି ଜମ୍ବରାରେ ତିଆରି କରାଯାଇଥିବା ସଖୀ, ଶୁଆ, ସାରି, ବଣି, ବଗ, ମାଙ୍କଡ, ଭାଲୁ , ଓଲଟ ସୁଆ, କୃଷ୍ଣ, ବଳରାମ ଆଦି ତିଆରି କରାଯାଇଝୁଲଣ ମଣ୍ଡପରେ ଖଞ୍ଜାଯାଇଥାଏ ।  ସାତଦିନ ଧରି  ଝୁଲଣ ମଣ୍ଡପ ଆଗରେ ଗୋଟିପୁଅ ନୃତ୍ୟୁ ପରିବେଷଣ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ କରାଯାଇଥାଏ ବୋଲି ସୁପର ଭାଇଜର ତଥା ସେବାୟତ ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୮/୨୦୨୧---୯,୨୦ 

  Sakhigopal News, 18/8/2021

Blog Archive

Popular Posts