Breaking News

ସାନ ଭାଇ ର କାତି ଚୋଟ ରେ ବଡ ଭାଇର ମୃତ୍ୟୁ ; ସାନ ଭାଇ ଗିରଫ


ଗଞ୍ଜାମ---  ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଜଗତି ସାହିରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ସାନ ଭାଇର କାତି ଚୋଟରେ ବଡଭାଇର ମୃତ ଘଟିଛି ।ମୃତକ ହେଲେ କିଶୋର ପାଣିଗ୍ରାହୀ । ଘର ଲୋକଙ୍କ କହିବା ପ୍ରକାରେ ତିନିଭାଇଙ୍କୁ ନେଇ ସୁଖୀ ପରିବାର ଥିଲା । ସମସ୍ତେ  ଏକାଠି ଗୋଟିଏ ଦୋକାନ କରି ପରିବାର ଚଳୁଥିଲେ । କେବେ କିଛି ଅସନ୍ତୋଷ ନଥିଲା । କିଛିଦିନ ପୂର୍ବରୁ ମଝିଆ ଭାଇ ର ପରିବାର ନିଜର କୌଣସି କାରଣ ଦର୍ଶାଇ ଅନ୍ୟଘରେ ରହୁଥିଲେ । ସାନ ଓ ବଡଭାଇ ର ପରିବାର ମିଶି ଏକାଠି ରହୁଥିଲେ । ଆଜି ସକାଳ ୭ ଘଣ୍ଟ ସମୟରେ ବଡ଼ଭାଇ ଭାଉଜ ନିଜ ଘରେ ବସିଥିବା ବେଳେ ସାନଭାଇ ଆସିଥିଲା କୌଣସି କାରଣ କୁ ନେଇ ଦୁଇଭାଇ ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା  । ପରେ  ସାନଭାଇ ରାଧାଶ୍ୟାମ ପାଣିଗ୍ରାହୀ ଏକ  କାତି ଚୋଟରେ ବଡଭାଇ କିଶୋର ପାଣିଗ୍ରାହୀ ଗୁରୁତର ହୋଇପଡିଥିଲେ । ତାଙ୍କୁ ପରିବାର ଲୋକ ଚିକିତ୍ସା ନିମନ୍ତେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟାକାଣ୍ଡ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟାକାରୀ କୁ କୋଦଳା ଥାନା ଅଧିକାରୀ ଦେବଶିଷ ମହାନ୍ତି ସମେତ ବେଗୁନିଆ ପଡା ଫାଣ୍ଡି ଅଧିକାରୀ ଡି ପ୍ରିୟଦର୍ଶୀ ଓ଼ କର୍ମଚାରି ଗିରଫ କରିଛନ୍ତି। ଶବକୁ ବ୍ୟବଛେଦ ପାଇଁ ପଠାଯାଇଛି ।  ଗଞ୍ଜାମ ରୁ  ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ ,୧୮/୮/୨୦୨୧,। ୫,୪୦
  Sakhigopal News,5,40

Blog Archive

Popular Posts