ସାକ୍ଷୀଗୋପାଳ ବସଷ୍ଟାଣ୍ଡ ପନ୍ଦର ଦିନ ହେବ ଅନ୍ଧାର
ସାକ୍ଷୀଗୋପାଳ---- ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ ଓଭରବ୍ରିଜ ନିକଟରେ ଥିବା ହାଇମାକ୍ସ ଲାଇଟି ଏବେ ପନ୍ଦର ଦିନ ହେବ ଅଚଳ ହୋଇ ପଡିଛି । ଯାହାକି ରାତିରେ ଲୋକମାନେ ବସ, ଅଟୋକୁ ଅପେକ୍ଷା କରିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ସନ୍ଧ୍ୟା ହୋଇଗଲେ ଅନ୍ଧାର ଯୋଗୁ ଲୋକମାନେ ସାକ୍ଷୀଗୋପାଳ ମନ୍ଦିର ରାସ୍ତା ନ ଜାଣି ପାରି ଆଗକୁ ପଳାଇ ଯାଉଛନ୍ତି । ଅନ୍ୟ ପକ୍ଷେ ମହିଳା ମାନେ ସନ୍ଧ୍ୟା ପରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡରେ ନିଜକୁ ନିରାପଦ ମଣୁନାହାନ୍ତି । ଏହି ବାଟ ଦେଇ ଅଧିକାରୀ ମାନେ ଯିବା ଆସିବା କରୁଥିଲେ ମଧ୍ୟ କିପରି କାହାରି ନଜର ପଡୁନାହିଁ ତାହା ଏବେ ବୁଦ୍ଧିଜୀବୀ ମାନଙ୍କୁ ବିସ୍ମୟ କରିଛି । ପୁରୀ ଜିଲ୍ଲାପାଳ ତୁରନ୍ତ ଏଦିଗପ୍ରତି ନଜର ଦେବାକୁ ସ୍ଥାନୀୟ ବ୍ୟବସାୟୀ ଓ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୩/୮/୨୦୨୧---୯,୩୦ Sakhigopal News, 3/8/2021