ସତ୍ୟବାଦୀରେ ଦୁଇଚକିଆ ଯାନ ଯାଞ୍ଚ
ସାକ୍ଷୀଗୋପାଳ----- ପୁରୀ ଆରଟିଓଙ୍କ ପକ୍ଷରୁ ପୁରୀ ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର କାଦୁଆ ଛକ ଆଗରେ ରାସ୍ତାର ଉଭୟପାଶ୍ୱର୍ରେ ଦୁଇ ଚକିଆ ମଟର ସାଇକେଲ ଯାଞ୍ଚ ଯୋରସୋର କରାଯାଇଥିଲା । ଏପରିକି ବିନା ହେଲେମେଣ୍ଟ, ମାସ୍କ, ଗାଡି କାଗଜପତ୍ର, ଡାଇଭିଂ ଲାଇସେନସ୍ ସହିତ ବାୟୁ ପ୍ରଦୁଷଣ ଯାଞ୍ଚ କରାଯାଇଥିଲା । ଏଥିରେ ୨୧ଗୋଟି ଗାଡି ଚାଳକ ମାନଙ୍କ ନାମରେ ଅନଲାଇନ ମାଧ୍ୟମରେ ଚାଲଣ କଟାଯାଇଥିବା ଜଣାପଡିଛି । ସେହିପରି ଦ୍ରୁତ ଗତିରେ ଗାଡି ଚାଳନା କରୁଥିବା ୧୫ଗୋଟି କାର, ଅଟୋ, ଆଦି ଗାଡି ମାନଙ୍କ ନାମରେ ଚାଲାଣ କଟାଯାଇଥବା ଜଣାପଡିଛି । ପୁରୀ ଆରଟିଓ କାର୍ଯ୍ୟାଳୟରୁ ଟିଏସାଇ ସୁଶାନ୍ତ କୁମାର ପାତ୍ର, ଏସପିଓ ଆର କେ କରଙ୍କ ସହିତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ସେହିପରି ଓ ,ଏମ. ଭି, ଡି ବିଭାଗର କନେଷ୍ଟବଳ ଅଶୋକ କୁମାର କାସ୍ତା, ଶୁଭସିନି ଓଝା ହୋମଗାଡ ଏନ .ନାୟକ ଓ ପି. ବେହେରା ଏହି ଯାଞ୍ଚ ପ୍ରକିୟାରରେ ସାମିଲ ହୋଇଥିଲେ । କରୋନା ସଚେତନତା କରାଇବା ସହ ନିଜ ଜୀବନ ଠାରୁ ମୂଲ୍ୟବାନ ଜିନିଷ କିଛି ନାହିଁ ବୋଲି ଗାଡି ଚାଳକ ମାନଙ୍କୁ ସଚେତନତା କରାଇବା ସହ ହେଲେମେଣ୍ଟ ବ୍ୟବହାର କରିବାକୁ ସଚେତନତା ବାର୍ତ୍ତା ପ୍ରଚାର କରୁଥିବାର ଦେଖାଯାଇଥିଲା । ଆଗାମୀ ଦିନରେ ଏହି ଯାଞ୍ଚକୁ ଆହୁରି କଡା କଡି କରାଯିବ ବୋଲି ଆରଟିଓ କର୍ମଚାରୀ ମାନେ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୩/୮/୨୦୨୧---୯,୩୦ Sakhigopal News, 3/8/2021