ଅବକାରୀ ବିଭାଗର ଛତ୍ରଛାୟା ତଳେ ଚୋରା ମଦ ଭାଟି
ଖଣ୍ଡପଡ଼ା ---ଅବକାରୀ ବିଭାଗ ଛତ୍ରଛାୟା ତଳେ ଖଣ୍ଡପଡ଼ା ଅଞ୍ଚଳରେ ଚୋରାମଦ ଭାଟି ଏବେ କୁଟୀର ଶିଳ୍ପ ମାନ୍ୟତା ପାଇବା ଅପେକ୍ଷା ରେ ରହିଛି ।ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବଢି ଚାଲିଛି ଚୋରା ମଦ ଭାଟି କାରବାର। ଅବକାରୀ ଓ ମଦବେପାରିଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା।ଏଥିପାଇଁ ଖୁଲୁମ ଖୁଲାଭାବରେ ମଦ ବେପାର କରିବାକୁ ପ୍ରୋତ୍ସାହନ ପାଉଛନ୍ତି ଦେଶି ମଦ ମାଫିଆମାନେ ।ଯଥା, ବରପଲି ଦତପୋଖରୀ, ବରଗଣ୍ଡ,,ଖଜୁରିଆ ଆଦି ଗ୍ରାମ ଗୁଡିକ ମଦ କାରଖାନା ର ଏନ୍ତୁଡ଼ି ଶାଳ ରୂପେ ଜଣାଶୁଣା। ସେହିପରି ଖଳିସାହି ଓ କୋଟପୋଖରୀ ଅଞ୍ଚଳରେ ଗୋଟିଏ ଦିନରେ ପ୍ରାୟ ୧୦ କେଜି ରୁ ଅଧିକ ଗଞ୍ଜେଇ ସାଙ୍ଗକୁ କୋରେସ୍କ ଅତି ଖୋଲାଖୋଲି ଭାବରେ ବିକ୍ରି କରାଯାଉଛି । ଅବକାରୀ ଓ ପୋଲିସ ଅଧିକାରୀ ମାନଙ୍କ ବେସହାତ ଚିକ୍କଣ କରୁଥିବା ସ୍ଥାନୀୟ ଜନସାଧାରଣ କହନ୍ତି । ଜିଲା ପ୍ରଶାସନ କିପରି ଦୃଷ୍ଟି ପକାଉଛି ତାହା ଦେଖି ବାକୁ ବାକି ରହିଲା।
ଖଣ୍ଡପଡ଼ା ରୁ ବାସନ୍ତୀ ସାହୁଙ୍କ ରିପୋର୍ଟ,୪/୮/୨୦୨୧----୧,୪୦
Sakhigopal News,4/8/2021