ନଳ କୁଅଁ ମେଣ୍ଟାଇ ପାରୁନି ଶୋଷ:ନଦୀର ଦୂଷିତ ପାଣି ଉପରେ ଲୋକେ ନିର୍ଭର
ଧରାକୋଟ-----ପାଣି ଟୋପେ ପାଇଁ ଗ୍ରାମବାସୀ ହନ୍ତସନ୍ତ। ନଦୀର ଦୂଷିତ ଗୋଳିଆ ପାଣିରେ ମେଣ୍ଟୁଛି ଶୋଷ।ଏହି ଭଳି ଜଳ ଯନ୍ତ୍ରଣା ଭୋଗୁଛନ୍ତି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଘୋଡାପଲ୍ଲି ଗାଁର ଲୋକେ। ଗାଁରେ ୧୩୦ ପରିବାର ପାଇଁ ଗୋଟିଏ ନଳ କୂଅ ରହିଛି । ହେଲେ ତାହା ଲୋକଙ୍କ ଶୋଷ ମେଣ୍ଟାଇବାରେ ଅକ୍ଷମ।ସେଥି ମଧ୍ୟରୁ ବାହାରୁ ଥିବା ପାଣି ବ୍ୟବହାର ଯୋଗ୍ୟ ହୋଇନଥିବା ବେଳେ ଲୋକେ ଗାଁଠାରୁ ଏକ କିଲୋମିଟର ଦୂରରେ ଥିବା ଋଷୁକୁଲ୍ୟା ନଦୀର ଦୂଷିତ ପାଣି ଉପରେ ନିର୍ଭର କରୁଛନ୍ତି। ବର୍ଷା ଦିନେ ନଦୀରେ ଆସୁଥିବା ଗୋଳିଆ ପାଣି ବ୍ୟବହାର କରି ଲୋକେ ହଇଜା ମହାମାରୀ ଭଳି ରୋଗରେ ପଡିବାର ଆଶଙ୍କା ଥିଲେ ମଧ୍ୟ ଅନିଚ୍ଛା ସ୍ୱତେ ବାଧ୍ୟ ହୋଇ ନଦୀ ପାଣିକୁ ବ୍ୟବହାର କରୁଛନ୍ତି ।ଗାଁର ଏହି ଜଳ କଷ୍ଟ ବିଷୟରେ ବାରମ୍ବାର ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ଏପଟେ ବର୍ଷା ଦିନ ଆସିଲେ ଲୋକଙ୍କ ବଢିଯାଏ ସମସ୍ୟା। ଗାଁ ଠାରୁ ଏକ କିଲୋମିଟର ଯାଇ ପାଣି ଆଣିବା ସମୟରେ ନାହିଁନଥିବା ଅସୁବିଧା ହୋଇଥାଏ।ଏଣୁ ଗାଁରେ ସ୍ଥାୟୀ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ଲୋକେ ଦାବି କରିଛନ୍ତି । ଗଞ୍ଜାମରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ,୪/୮/୨୦୨୧----୬,୩୦
Sakhigopal News, 4/8/2021