ଭିନ୍ନକ୍ଷମ ଶିଶୁଙ୍କୁ ଚିହ୍ନଟ ନିମନ୍ତେ କର୍ମଶାଳା ଅନୁଷ୍ଠିତ
ଭଞ୍ଜନଗର ---- ଜନ୍ମିତ ଶିଶୁ ଠାରୁ ଛଅ ବର୍ଷ ପର୍ଯ୍ୟନ୍ତ ଭିନ୍ନକ୍ଷମ ଥିବା ଶିଶୁଙ୍କୁ ଚିହ୍ନଟ କରିବା ନିମନ୍ତେ ଜିଲ୍ଲା ସ୍ତରୀୟ କର୍ମଶାଳା ଆଜି ଭଞ୍ଜନଗର ସ୍ଥିତ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଉପଖଣ୍ଡ ସ୍ତରୀୟ କର୍ମଶାଳାକୁ ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଉଦଘାଟନ କରିଥିଲେ । ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ର ମନସ୍ତତ୍ବବିଦ ଅଜିତ କୁମାର ରାଉଳ, ଅଡିଓଲୋଜିଷ୍ଟ ପ୍ରଶାନ୍ତ କୁମାର ନାହାକ, କୁତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ବିଶେଷଜ୍ଞ ମୁରଲୀ ଧର ବେହେରା ମାଷ୍ଟର ଟ୍ରେନର ଭାବେ ଯୋଗ ଦେଇ ଭଞ୍ଜନଗର ଉପଖଣ୍ଡର ସମସ୍ତ ସିଡିପିଓ, ବିଏସଏସଓ, ବିଆରଟି ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଜନ୍ମ ରୁ ଛଅ ବର୍ଷ ଶିଶୁର ୨୧ ଗୋଟି ପ୍ରକାର ର ଭିନ୍ନକ୍ଷମ ଚିହ୍ନଟ କରି ସର୍ବେକ୍ଷଣ କରାଯିବ ସେ ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଭାବେ ଟ୍ରେନର ମାନେ ବୁଝେଇଥିଲେ । ପରେ ସିଡିପିଓ, ବିଏସଏସଓ ଏବଂ ବିଆରଟି ମାନେ ତୃଣମୂଳ ସ୍ତରରେ କାମ କରୁଥିବା ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ଭିନ୍ନକ୍ଷମ ଶିଶୁଙ୍କୁ କିଭଳି ସଠିକ ଭାବେ ସର୍ବେକ୍ଷଣ କରିବେ ସେ ସମ୍ପର୍କ ତାଲିମ ପ୍ରଦାନ କରିବେ । ସର୍ବେକ୍ଷଣ ପରେ ଚିହ୍ନଟ ଶିଶୁ ମାନଙ୍କୁ ସରକାରୀ ସୁବିଧା ମିଳିବ ବୋଲି ସୂଚନା ମିଳିଛି । ଏହି କର୍ମ ଶାଳାରେ ଅନ୍ୟ ମାନଙ୍କ ମଧ୍ୟରେ ବିଡିଓ ଅନିଲ କୁମାର ସେଠୀ, ଉପଖଣ୍ଡ ଚିକିତ୍ସାଳୟ ର ଅଧ୍ୟକ୍ଷ ସୀତାଂଶୁ ଶେଖର ଶତପଥି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ଶେଖର ମହାରଣା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କର୍ମଶାଳା କୁ ଭଞ୍ଜନଗର ବିଏସଏସ ଓ ମମିତା କୁମାରୀ ପ୍ରଧାନ ଏବଂ କନିଷ୍ଠ ରାଜସ୍ବ ସହାୟକ ସନ୍ତୋଷ କୁମାର ମହାରଣା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୪/୮/୨୦୨୧---୪,୦୦ Sakhigopal News,4/8/2021
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୪/୮/୨୦୨୧---୪,୦୦ Sakhigopal News,4/8/2021