ସତ୍ୟବାଦୀରେ ବିଭିନ୍ନ ଶୈବ ପୀଠ ଗୁଡିକରେ ଶିବ ବିବାହ ଅନୁଷ୍ଠିତ
ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାର ସତ୍ୟବାଦୀରେ ବିଭିନ୍ନ ଶୈବ ପୀଠ ଗୁଡିକରେ ଶିବ ବିବାହ ଉତ୍ସବ ପରମ୍ପରା ଅନୁଯାୟୀ କରାଯାଇଛି । ଲଗାତର ତିନି ବର୍ଷ ଶିବ ବିବାହ ପର୍ବ ଫିକା ପଡି ଯାଉଛି । ପ୍ରଥମ ବର୍ଷ ଫନି ଯୋଗୁ ଶିବ ବିବାହ ଫିକା ପକାଇ ଦେଇଥବା ଗତ ବର୍ଷ କରୋନା ଯୋଗୁ ଫିକା ପଡିଥିବା ବେଳେ ଏ ବର୍ଷ ମଧ୍ୟ କୋଭିଡ -୧୯ ଗାଇଡି ଲାଇନି ଅନୁଯାୟୀ ଲକଡାଇନ ଓ ସଟଡାଉନ ଜାରି ରହିଥିବା ଯୋଗୁ ଫିକା ପକାଇ ଦେଇଛି । ଏପରିକି କେତକ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । କେବଳ ସେଠାରେ ଠାକୁରଙ୍କ ନୀତିକାନ୍ତି କରାଯିବ । ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସରିବା ପରେ ପୂଜିତ ଶିବ ପାର୍ବତୀଙ୍କ ଶିବ ବିବାହ କାର୍ଯ୍ୟ ସମାପନ୍ନ ହୋଇଥିଲା । ସେହିପରି ବୀରରାମଚନ୍ଦ୍ରପୁର,ଶ୍ରୀରାମଚନ୍ଦ୍ରପୁର,= ରାୟଖଣ୍ଡୀ, ବୀରଗୋବିନ୍ଦପୁର, ବିଶ୍ୱନାଥପୁର, ବଳପୁର, ବରାଳ ବାଲୁଙ୍କେଶ୍ୱର, ସୁଆଣ୍ଡୋ, ରାୟଚକ୍ରଧରପୁର,ସାରଙ୍ଗଯୋଡି, ବାମଦେଇପୁର, ନୂଆସମେଶ୍ୱରପୁର, ଅଳଗୁମ, ସାକ୍ଷୀଗୋପାଳ ବଜାରରେ ଥିବା ଅନ୍ତେଶ୍ୱର, ମୁଆଁଖିଆ, ରନେ୍ôଶ୍ୱର, ଖଜୁରିଶ୍ୱର, କୋଷାଳଶ୍ୱର, ଲକ୍ଷେଶ୍ୱର, ଧବଳେଶ୍ୱର, ବନ୍ତେଶ୍ୱର ଆଦି ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ଶୈବପୀଠ ଗୁଡିକରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
= ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୧୫/୬/୨୦୨୧ ----- ୯,୦୫
=