କରୋନା ଯୋଗୁ ରଜ ଫିକା ପଡିଲା; ଶୁଘିଲାଣି ରଜ ଦୋଳି ଗୀତ
ସାକ୍ଷୀଗୋପ।।ଳ---- ଓଡିଶାରେ ରଜ ପର୍ବ ସବୁ ଠାରୁ ବଡପର୍ବ ବୋଲି କୁହାଯାଏ । ଏହା ତିନିଦିନ ଧରି ପାଳନ ହୋଇଥାଏ । ଘରେ ଘରେ ପିଠା ସାଙ୍ଗକୁ ବିଭିନ୍ନ ତରକାରୀର ବାସ୍ନାରେ ମହକି ପଡିଥାଏ । ତା ସାଙ୍ଗକୁ ଝିଅ, ବୋହୁ ମାନଙ୍କର ରଜ ଦୋଳି ଗୀତରେ ଗାଁ ଗଣ୍ଡାରେ ଗହଳି ଲାଗିଥାଏ । ମାତ୍ର ଏ ବର୍ଷ କରୋନା ଯୋଗୁ ସଟ ଡାଉନ ଓ ଲକଡାଉନ ଜାରି ହେବା ସହ ବିଭିନ୍ନ କଟକଣା ଲାଗି ହୋଇଛି । ବିଭିନ୍ନ ଗ୍ରାମ ମାନଙ୍କରେ ଗୋଷ୍ଠୀ ଦୋଳି ଦେଖିବାକୁ ମିଳି ନଥିଲା ବା ରାଜ ଦୋଳି ଗୀତ ଶୁଘିନଥିଲା । ମାତ୍ର ଛୋଟ ଛୋଟ ଝିଅ ମାନଙ୍କର ଅଳି ଯୋଗୁ ନିଜ ଘରେ କରାଯାଇଛି ଦୋଳି । ନା ଦୋଳି ସଜା ଯାଇଛି ନା ଗୀତ ଶୁଗୁଛି । କେବଳ ପିଲାଙ୍କର ମନ ବୁଝିବା ପାଇଁ ଲାଗିଛି ଦୋଳି । ଅନ୍ୟ ପକ୍ଷେ ଘର ମାନଙ୍କରୁ ପୋଡ ପିଠା, ଇଟିଲି ପିଠା, ଡାଲିଆ ପିଠା ର ବାସ୍ନା ବେଶ ବାରି ହୋଇ ପଡୁଥିଲା
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୧୫/୬/୨୦୨୧ ----- ୯,୦୫