Breaking News

ଦୁଇକାର ମଧ୍ୟରେ ଧକ୍କା ; ଜଣେ ଗୁରୁତର




 ଜଟଣୀ----- ଖୋର୍ଦ୍ଧା-ଜଟଣୀ ମୂଖ୍ୟ ରାସ୍ତାର ମ୍ୟୁନିସିପାଲିଟି ଛକଠାରେ ଦୁଇ କାରମଧ୍ୟରେ  ଧକ୍କା ହେବା ଫଳରେ ଏଥିରେ ଜଣେ ମହିଳା ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଦୁର୍ଘଟଣା ଘଟାଇଥିବା କାରଟିକୁ ପୁଲିସ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି । ସୁଚନା ଯୋଗ୍ୟ ଯେ  ଜଟଣୀ ମ୍ୟୁନିସିପାଲିଟି ଛକ ଦେଇ ରାମଚନ୍ଦ୍ରପୁରରୁ  (ଓଆର୦୨ୱାଇ ୯୫୧୪) ବିଶିଷ୍ଟ ଏକ ମାରୁତି-୮୦୦ କାର ସୀତାରାମ ଛକ ଆଡକୁ ଯାଉଥିଲା । ଯିବା ବାଟରେ ମ୍ୟୁନିସିପାଲିଟି ଛକଠାରେ କାରଟିକୁ ଡାହାଣ ଦିଗକୁ ବୁଲାଉଥିବା ବେଳେ ଖୋର୍ଦ୍ଧାପଟୁ ଦ୍ରୁତଗତିରେ ଆସୁଥିବା (ଓଡି୦୨ବିଏଲ ୪୪୩୫) ବିଶିଷ୍ଟ ଏକ ମାରୁତି ଡିଜାୟର କାରଟି ଧକ୍କା ଦେଇଥିଲା । ଫଳରେ  ମାରୁତି-୮୦୦କାରଟି ଛିଟିକି ପଡିଥିଲା । ମାତ୍ର ଏହି କାରରେ ଥିବା ୨ଜଣଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୁଣ୍ଡରେ ଶକ୍ତ ଆଘାତଲାଗି ଗୁରୁତର ହୋଇଯାଇଥିଲେ । ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଆହତକାରିଙ୍କୁ ଉଦ୍ଧାରକରି ପ୍ରଥମେ ଜଟଣୀ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୂବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ କାରଟିକୁ ପୁଲିସ ଥାନାରେ ଅଟକରଖି ତଦନ୍ତ ଆରମ୍ଭ କରିଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି । 

 ଜଟଣୀରୁ ରଙ୍ଗନାଥ ବେହେରା, ୧୫/୬/୨୦୨୧---- ୯,୨୦=


Blog Archive

Popular Posts