Breaking News

ଅବସର କାଳୀନ ସମ୍ବର୍ଦ୍ଧନା ସଭା

 ଡେଲାଙ୍ଗ


  ------- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସିଂହବ୍ରହ୍ମପୁର ସରକାରୀ ପ୍ରଥମିକ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ଦାସଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ କୋଭିଡ ଗାଇଡି ଲାଇନି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ଉତ୍କଳ ଗୌରବ ବିଦ୍ୟାନିକେତନର ପ୍ରଧାନ ଶିକ୍ଷକ ବସନ୍ତ ଦାସ ସଭାପତିତ୍ୱ କରିଥିଲେ । ଅନ୍ୟତମ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ପ୍ରମୋଦ କୁମାର ଶତପଥୀ, ଶିକ୍ଷକ ଅନିଲ କୁମାର ପାଇକରାୟ, ସିଆରସିସି ପ୍ରଦିପ କୁମାର ବଳିୟାର, ଡେଲାଙ୍ଗ ବ୍ଳକରନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ସୂର୍ଯ୍ୟନାରାୟଣ ସେଠୀ ଙ୍କ ସହିତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସିଂହବ୍ରହ୍ମପୁରରଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହରିହର ରଥ ପ୍ରମୁଖ ଯୋଗ ଦେଇ ଅବସର ଗ୍ରହଣ କରୁଥିବା ଶିକ୍ଷକ ଶ୍ରୀ ଦାସ ଜଣେ କର୍ତ୍ତବ୍ୟନିଷ୍ଠା, ମେଳାପି, ବନ୍ଧୁବତ୍ସଳ, ଛାତ୍ର ଛାତ୍ରୀଙ୍କୁ ନିଜ ପୁଅ ଝିଅ ଭାବେ ସେ ଗ୍ରହଣ କରିଥିବାରୁ ସେ ଉକ୍ତ ଗ୍ରାମରେ ଅତିପିୟ ହୋଇ ପାରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଦିଗମ୍ବର ରଥ, ସନ୍ତୋଷ କୁମାର ମିଶ୍ର, ଦାମୋଦର ରଥ, ଗୋପାଳଚନ୍ଦ୍ର ମହାପାତ୍ର, ସୁରୋନ୍ଦ୍ର ନାୟକ, କମଳା ଦାସ, ଆଲୋକ କୁମାର ନାୟକ, ପ୍ରକାଶ ଚନ୍ଦ୍ର ଜେନା, ଅମରେନ୍ଦ୍ର ମଙ୍ଗରାଜ, ଗର୍ନ୍ଦବ ସାହୁ, ଦମୟନ୍ତୀ ମଙ୍ଗରାଜ, ପ୍ରକାଶ ଚନ୍ଦ୍ର ସମାନ୍ତସିଂହାର, ଅନ୍ନପୂର୍ଣ୍ଣା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।  ପ୍ରାଥମିକ ଶିକ୍ଷକ ସଂଘ ଓ ବିଦ୍ୟାଳୟ ପକ୍ଷରୁ ଅବସର ଗ୍ରହଣ କରିଥିବା ଶିକ୍ଷକଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାି ସମ୍ବର୍ଦ୍ଧିତ କରାଯାଇଥିଲା । ସିଆରସିସି ସୁରେନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ ।  

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨/୬/୨୦୨୧ 

Sakhigopal News-- 2/6/2021

Blog Archive

Popular Posts