Breaking News

ଭଉଣୀ ଘରେ ବିଦ୍ୟୁତ କରେଣ୍ଟ ଲାଗି ଭାଇର ମୃତ୍ୟୁ

 
ସାକ୍ଷୀଗୋପାଳ----ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ବଳରାମପୁରଗଡ ପଞ୍ଚାୟତର ମାଳସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ସୂଚନାଯୋଗ୍ୟ ଯେ ମାଳସାହି ଗ୍ରାମର ଭଗବାନ ବରାଳଙ୍କ ପୁତ୍ର ବୁଦ୍ଧନାଥ ବରାଳ(୨୨) ଭଉଣୀ ଘରକୁ ସାବିତ୍ରୀ ବୋଝନେଇ ପିପିଲିର ଗୁଡିଆପୋଖରୀ ଯାଇଥିଲେ।ସେଠାରେ ଭଉଣୀ ର ନୂଆ ଘରକାମ ହୋଇଥିବା ବେଳେ ଛାତ ଉପରେ ବିଦ୍ୟୁତ ତାରରେ ଲାଇନ ଯାଇଥିଲା।ତାରରେ କୌଣସି ଠାରେ ଦିଆଯାଇଥିବା ପାଣିରେ ଲାଗି ପାଣି କରେଣ୍ଟ ହୋଇ ରହିଥିଲା  । ଯାହା ଫଳରେ ଛାତ ଦେଖିବାକୁ ଯାଇ ବିଦ୍ୟୁତ ସଂଷ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡିଛି।ଭଗବାନ ବରାଳଙ୍କର ଏକମାତ୍ର ପୁତ୍ରର ମୃତ ଶରୀର ଦେଖି ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି।ମାଳସାହି ଶ୍ମଶାନରେ ଶବଦାହ ହୋଇଛି । ଗୁଡିଆପୋଖରୀର ଭଣଜା ମୂଖାଗ୍ନି ଦେଇଥିଲେ।ସ୍ଥାନୀୟ ସରପଞ୍ଚ ଆସି ବାପାମା'ଙ୍କୁ ସାନ୍ତ୍ବନା ଦେଇଛନ୍ତି।  ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୨/୬/୨୦୨୧  Sakhigopal News, 2/6/2021

Blog Archive

Popular Posts