ଘାସିଭବାନିପୁରରେ ୧ଶହରୁ ମାତ୍ର ୬୭ଜଣ ଟୀକା ନେଲେ
ସାକ୍ଷୀଗୋପାଳ ----- ସତ୍ୟବାଦୀ ପ୍ରଶାସନ ପକ୍ଷରୁ ଏବେ କରୋନା ଟୀକା କରଣ ଯୋଜନା ବିଫଳ ହୋଇଛି । ସ୍ୱାସ୍ଥ୍ୟ ବିଭାଗର ଅବହେଳା ଓ ଜନସଚେନତା ନଥିବାରୁ ଲୋକମାନେ ଟୀକା ନେବାକୁ ଇଛା ପ୍ରକାଶ କରୁନାହାନ୍ତି । ଏବେ ବି ଲୋକମାନେ ଟୀକା ନେବାକୁ ଭୟ କରୁଛନ୍ତି । ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗକୁ କୋଭିଡ ସଚେତନତା ପାଇଁ କୋଟି କୋଟି ଟଙ୍କା ପ୍ରଦାନ କରାଯାଉଥିଲେ ମଧ୍ୟ କେବଳ କାଗଜ ପତ୍ରରେ ଚାଲିଛି ଜନସଚେତନତା ବୋଲି ଲୋକମାନେ କହନ୍ତି । =ସତ୍ୟବାଦୀ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ପ୍ରଚେଷ୍ଟା ଫଳରେ ସରପଞ୍ଚ, ସମିତିସଭ୍ୟ ଓ ଅଙ୍ଗନୱାଡି, ଆଶାଦିଦିଙ୍କ ସହଯୋଗରେ ସତ୍ୟବାଦୀରେ ଟୀକା କରଣ କିଛିଟା ମାତ୍ରରେ ଅଗ୍ରସର ହେଉଛି । ସୁଚନାଯୋଗ୍ୟ ଯେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଘାସିଭବାନିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ୧ଶହ ଜଣଙ୍କୁ ଟୀକା ପ୍ରଦାନ କରିବା ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ୬୭ ଜଣ ଟୀକା ନେଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର, ପଞ୍ଚାୟତ ଅଧିକାରିଣୀ ସସ୍ମିତା ସେଠୀ,ଜିଆରଏସ ସରୋଜିନି ମହାନ୍ତି, ସରପଞ୍ଚ ଦୁଷ୍ମନ୍ତ କୁମାର ପ୍ରଧାନ, ଆଶା କର୍ମୀ ମମତା ଜେନା, ବାସନ୍ତୀ ବିଶ୍ୱାଳ, ଅଙ୍ଗନୱାଡି କର୍ମୀ ମଧୁସ୍ମିତା ମହାନ୍ତି , ମହିଳା ସ୍ୱାସ୍ଥ୍ୟ କର୍ମୀ ପିୟଙ୍କା ମହାପାତ୍ର ଓ ଆଶିଷ କୁମାର ଦାସଙ୍କ ସହଯୋଗରେ ଏହି ଟୀକା କେନ୍ଦ୍ରରେ ସବୁଠାରୁ ଅଧିକ ସଂଖ୍ୟାରେ ଟୀକାନେଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୬/୨୦୨୧----10,05
Sakhigopal News, 10/6/2021