Breaking News

ଚାରୋଟି ସ୍ଥାନରେ ୮ଶହ ଜଣଙ୍କୁ ଟୀକା ପ୍ରଦାନ

 ସାକ୍ଷୀଗୋପାଳ ----- ସତ୍ୟବାଦୀରେ ୪୫ବର୍ଷରୁ ଅଧିକ ଲୋକମାନଙ୍କୁ କୋଭିଡ ଟୀକା ପ୍ରଦାନ କରାଯିବ ବୋଲି ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ଆଳିଶ ପ୍ରାଥମିକ ବିଦ୍ୟାଳରେ ୨ଶହ, ପକ୍ଷୀମୁଣ୍ଡ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୨ଶହ, ଦୁଗଲ କଲ୍ୟାଣ ମଣ୍ଡପରେ ୨ଶହ ଓ ରାୟଚକ୍‌୍ରଧରପୁର ଉଚ୍ଚ ବିଦ୍ୟାଳୟରେ ୨ଶହ ଜଣଙ୍କୁ ଟୀକା ପ୍ରଦାନକରାଯିବା ପାଇଁ ଧାର୍ଯ୍ୟ କରାଯାଇଛି । ଯେଉଁ ବ୍ୟକ୍ତି ମାନଙ୍କୁ ୪୫ ବର୍ଷରୁ ଅଧିକ ହୋଇଥବା ସେମାନଙ୍କୁ ପ୍ରଥମ ଡୋଜ ଟୀକା ପ୍ରଦାନ କରାଯାଉଛି । ସେମାନେ ଟୀକା ନେବାକୁ ଆସିବା ସମୟରେ କୋଭିଡ ନିୟମ ପାଳନ କରିବା ସହ ନିଜର ବୟସ ପ୍ରମାଣପତ୍ର ସାଙ୍ଗରେ ଆଣିବାକୁ ଭୁଲିବେ ନାହିଁ ବୋଲି ବିଡିଓ ଶ୍ରୀ ବେହେରା କହିଛନ୍ତି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୬/୨୦୨୧----୧୦,୧୦, Sakhigopal News, 10/6/2021

Blog Archive

Popular Posts