Breaking News

ଭଡା ଘରୁ ନବବଧୂଙ୍କଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର





ଜଟଣୀ-ଜଟଣୀ ଥାନା ଅନ୍ତର୍ଗତ ବିକାଶନଗର ସ୍ଥିତ ଏକ ଭଡାଘରୁ ନବାବିବାହିତା ବାଧୁଙ୍କ ଝୁଲନ୍ତା ଅବସ୍ଥାରେ ମୂର୍ତ୍ତ ଦେହକୁ ପରିବାର ଲୋକେ ଉଦ୍ଧାର କରିଛନ୍ତି l ମୁର୍ତ୍ୟୁର କାରଣ ଜଣାପଡିନଥିଲେ ସୁଦ୍ଧା ଏହି ଘଟଣାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟିହେଇଛି l ସୂଚନା ଅନୁସାରେ ଜଟଣୀ ବିକାଶନଗର ଅଞ୍ଚଳର ଗୀତାଞ୍ଜଳି ବାରିକଙ୍କ ଝିଅ ପ୍ରଭାତୀ ବାରିକ (20) ଗତ ଚାରି ମାସ ପୂର୍ବେ ଏହି ଥାନା ଅନ୍ତର୍ଗତ ବିଶିଆପଡା ଗ୍ରାମର ଦିଲ୍ଲୀପ ମହାପାତ୍ରଙ୍କୁ ପ୍ରେମ ବିବାହ କରିଥିଲେ l ମାତ୍ର ଉଭୟ ପରିବାରଙ୍କ ଅନିଚ୍ଛାକୃତ କାରଣରୁ ବିକାଶ ନଗରରେ ଏକ ଭଡା ଘରେ ରହୁଥିଲେ l ମାତ୍ର ଆଜି ରହୁଥିବା ଭଡା ଘରର ପଙ୍ଖାରେ ଲୁଗା ସାହାଯ୍ୟରେ ଝୁଲି ପ୍ରଭାତୀ ଆତ୍ମହତ୍ୟା କରିଛନ୍ତି l ତେବେ ଘରର ଭିତରପଟୁ କବାଟ ବନ୍ଦ ହୋଇ ଆତ୍ମହତ୍ୟା କରିଥିବାରୁ ମୃତ୍ୟୁରକାରଣ ଅସ୍ପଷ୍ଟ ହୋଇଥିଲା l ମୃତକର ପରିବାର ଲୋକେ ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖି ସ୍ଥାନୀୟ ଲୋକେ ଥାନାକୁ ଫୋନ କରିଥିଲେ l ଖବର ପାଇ ଜଟଣୀ ଥାନା ପ୍ରାଥମିକ ତଦନ୍ତ ପରେ ମଧ୍ୟାହ୍ନରେ ସାଇଣ୍ଟିଫିକ ଟିମ ତଦନ୍ତ କରି ଫେରିଛି l ଏନେଇ ପୋଲିସ 268/21ରେ ଅପମୃତ୍ୟୁ ମାମଲା ୠଜୁକରିଛି l
ଜଟଣୀ --ରଙ୍ଗନାଥ ବେହେରା ଙ୍କ ରିପୋର୍ଟ,୭/୬/୨୦୨୧-----୪,୦୦ Sakhigopal News,7/6/2021
 
 
=

Blog Archive

Popular Posts