ସତ୍ୟବାଦୀରେ ବିଜେପିର ଦୁଇ ନେତା ଭିନ୍ନ ଭିନ୍ନ ସ୍ଥାନରେ ସେବା ସପ୍ତାହ ପାଳନ କଲେ
ସାକ୍ଷୀଗୋପାଳ ------ ରାଜ୍ୟରେ ଏବେ କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଛି । ଅନ୍ୟ ପକ୍ଷେ ମୋଦୀ ସରକାର ୭ ବର୍ଷ ପୂର୍ତ୍ତି ଅବସରରେ ବିଜେପି ର ସତବାଦୀରେ ଦୁଇ ଜଣ ନେତା ଭିନ୍ନ ଭିନ୍ନ ଯାଗାରେ ନିଜ ନିଜ ସମର୍ଥକଙ୍କୁ ଧରି ସେବା ସପ୍ତାହପାଳନ କରିଛନ୍ତି । ଯାହାକୁ ନେଇ ସତ୍ୟବାଦୀରେ ବେଶ ଆଲେଚନାର ବିସୟ ବସ୍ତୁ ହୋଇପଡିଛି । ଗୋଟିଏ ପଟେ ସତ୍ୟବାଦୀର ବିଧାୟକ ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର କିଛି କର୍ମୀ ମାନଙ୍କୁ ଧରି ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ବ୍ୟାଙ୍କ, ଏଟିଏମ ଓ ସାକ୍ଷୀଗୋପାଳ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଘାଟ ଗୁଡିକ ସାନିଟାଇଜର କରିବା ସହ ଲୋକମାନଙ୍କୁ କରୋନା ସଚେତନତା କରାଇଛନ୍ତି । ଜୟପୁର ସରପଞ୍ଚ ବିଶ୍ୱଜିତି ମହାପାତ୍ର, ଦୀପକ ଶତପଥୀ, କନକଲତା ତ୍ରପାଠୀ, ଗଣେଶ ଶତପଥୀ, ପ୍ରତାପ ବେହେରା, ଯୁବମୋର୍ଚ୍ଚା ନେତା ନିଶିକାନ୍ତ ପ୍ରଧାନ, ମଣ୍ଡଳ ସଭାପତି ଉମେଶ ଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ସାହୁ, କମଳା କାନ୍ତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ଦେଖାଯାଇଥିଲା । ଅନ୍ୟ ପକ୍ଷେ ସତ୍ୟବାଦୀର ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାରସିଂ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମହୁରା ଗ୍ରାମ ପଞ୍ଚାୟତର ଡାଙ୍ଗୁରା, ଦଳେଇସାହି, ହରିଜନ ସାହି, ଖରଦା ସାହି ଆଦି ଗ୍ରାମ ଗୁଡିକରେ ନିଜର ସମର୍ଥକ ମାନଙ୍କୁ ନେଇ ସେବା ଓ କରୋନା ସଚେତନତା କାର୍ଯ୍ୟକ୍ରମ କରିଛନ୍ତି । ବିଶେଷ କରି ମୋଦୀ ସରକାରଙ୍କ ସମୟରେ କରାଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲେକପାତ କରିଥିଲେ । ଏହି ଅବସରରେ ୨୫୦ ଗୋଟି ପରିବାରଙ୍କୁ ମାସ୍କ, ସାନିଟାଇଜର, ସାବୁନ, ବିସ୍କୁଟ ପ୍ରଭୃତି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ବ୍ଳକର ପୂର୍ବତନ ଅଧ୍କ୍ଷ ପ୍ରେମାନନ୍ଦ ବେହେରାଙ୍କ ସହିତ ମହୁରା ଗ୍ରାମବାସୀ ମାନେ ସହଯୋଗ କରିଥିଲେ । ଏବେ ଏହାକୁ ନେଇ ସତ୍ୟବାଦୀରେ ବେଶ ସରଗରମ ଆଲେଚନା ହେଉଛି । ବିଜେପିର କିଏ ହେବ ଆଗକୁ ନେତା ଓମ ନା ରମା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୬/୨୦୨୧---୯,୩୦
Sakhigopal News, 1/6/2021