ଦେଶୀ ମଦ ପୋଚ ଜବତ; ଜଣେ ଗିରଫ
ସାକ୍ଷୀଗୋପାଳ -----ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ଥାନା ପକ୍ଷରୁ ଚୋର ନିଶା ବେପାରୀଙ୍କ ଉପରେ ସତ୍ୟବାଦୀ ପୋଲିସ ଚଡାଉ ଜାରି ଆରମ୍ଭ କରିଛି । ସତ୍ୟବାଦୀ ଥାନା ଆଇଆଇସି କୌଣସି ସୁତ୍ରରୁ ଖବର ପାଇ ଷୋଳହଳ ଗ୍ରାମ ଉପରେ ଚଡାଉ କରି ୮ଶହ ଲିଟର ଦେଶୀ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ପୋଚ ଜବତ କରିବା ସହ ପାଣ୍ଡବ ବେହେରାଙ୍କୁ ଗିରଫ କରିଥିବା ଜଣାପଡିଛି । ସେହି ଗ୍ରାମରେ ପୋଲିସ ଚଡାଉ କରି ୨ହଜାର ଲିଟର ପୋଚ ଜବତ କରିଥିବା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ମଦ ବେପାରୀ ଖସି ପଳାଇବାରେ ସକ୍ଷମ ହୋଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୬/୨୦୨୧----୮,୨୫ Sakhigopal News, 1/6/2021