Breaking News

ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ


ଭଞ୍ଜନଗର- ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ ରେ ଅସହାୟ ଓ ଗରୀବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି  ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । କରୋନା ମହାମାରୀ ଭଳି ପରିସ୍ଥିତି ରେ କୈାଣସି ଗରୀବ ଲୋକ ଯେଭଳି ଅସହାୟ ମନେ ନକରିବେ କିମ୍ବା ଖାଦ୍ୟ ଅଭାବ ଜନିତ ସମସ୍ୟା ନଭୋଗିବେ , ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ସେହି କ୍ରମରେ ମନ୍ତ୍ରୀ ଶ୍ରୀ ଆରୁଖ ନିଜ ନିର୍ବାଚନ ମଣ୍ଡଳୀ ତଥା ଭଂଜନଗର ଓ ଜଗନ୍ନାଥପ୍ରସାଦ ବ୍ଳକ୍ ରେ କ୍ରମାଗତ ଭାବେ ଗରୀବ ଓ ଅସହାୟ ପରିବାର ଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ କରିଆସୁଛନ୍ତି । ସେହି ଅନୁସାରେ ସୋମବାର ଦିନ ଜଗନ୍ନାଥପ୍ରସାଦ ବ୍ଳକ ର ବରଗାଁ , ଅଢେଇଗାଁ , ବି.ଡି.ପୁର , ଝାଡଭୂମି ଓ ଜଗନ୍ନାଥପ୍ରସାଦ ପଞ୍ଚାୟତର ପ୍ରାୟ ୪୦୦ ରୁ ଉର୍ଦ୍ଧ୍ବ , ଗରୀବ ପରିବାର ଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ପୂର୍ବରୁ ଜଗନ୍ନାଥପ୍ରସାଦ ବ୍ଳକ ରେ ୧୬୦୦ ପରିବାର ଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ୍ କାର୍ଡ ମନ୍ତ୍ରୀ ଶ୍ରୀ ଆରୁଖ ପ୍ରଦାନ କରିଛନ୍ତି । ଯେଉଁ ମାନେ ରାସନ୍ କାର୍ଡ ପାଇନାହାନ୍ତି  ସେମାନେ ଏହି କରୋନା କଟକଣା ସମୟରେ କିଭଳି ଅସୁବିଧାର ସମ୍ମୁଖୀନ ନହେବେ ତାକୁ ଦୃଷ୍ଟିରେ ରଖି  ମନ୍ତ୍ରୀ ଶ୍ରୀ ଆରୁଖ ଏହି ଶୁଖିଲା ଖାଦ୍ୟ ବଣ୍ଟନ ଆରମ୍ଭ କରିଛନ୍ତି ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ,୮/୬/୨୦୨୧  Sakhigopal News,8/6/2021

Blog Archive

Popular Posts