ଭଉଣୀକୁ ସାବିତ୍ରୀ ଭାର ଦେବାକୁ ଯାଉଥିବା ବେଳେଦୁର୍ଘଟଣା ଦୁଇ ଗୁରୁତର
ଭଞ୍ଜନଗର : ଭଉଣୀକୁ ସାବିତ୍ରୀ ଅମାବାସ୍ୟା ଭାର ଦେବାକୁ ଯାଉଥିବା ବେଳେ ଦୁଘର୍ଟଣା ଘଟିଛି । ତାରସିଂ ଥାନା ଅନ୍ତର୍ଗତ ସିଦ୍ଧିପଲ୍ଲୀ ମନ୍ଧିର ନିକଟରେ କଳିଙ୍ଗ ପଦର ଗାଁର ଲାଲୁ ପ୍ରସାଦ ଓ ସାଙ୍ଗ ନନ୍ଦନ ନାୟକ ଏକ ବାଇକ୍ ରେ ଦଶପଲ୍ଲା ଗ୍ରାମରେ ଥିବା ଭଉଣୀ ଘରକୁ ସାବିତ୍ରୀ ଭାର ଧରି ଯାଉଥିଲେ । ଦଶପଲ୍ଲା ଠାରୁ ୧୨କିଲୋମିଟର ପୂର୍ବରୁ ସିନ୍ଧି ଠାକୁରାଣୀ ନିକଟରେ ଭାରସାମ୍ୟ ହରାଇ ବିପରୀତ ପଟୁ ଆସୁଥିବା ଏକ ଅଟୋ ସହ ବାଇକ ଧକ୍କା ହୋଇଥିଲା । ଫଳରେ ଉଭୟ ବାଇକରୁ ଛିଟକି ପଡ଼ି ପିଚୁ ରାସ୍ତାରେ ପଡିଥିବା ଦ୍ବାରା ଉଭୟଙ୍କ ମୁଣ୍ଡରୁ ପ୍ରଚୁର ଆଘାତ ଲାଗିବାରୁ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି୧୦୮ ଆମ୍ବୁଲାସ ଯୋଗେ ଭଞ୍ଜନଗର ମେଡ଼ିକାଲକୁ ପଠାଯାଇଥିଲା । ଏଠାରେ ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କ ଅବସ୍ତା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।ଖବର ପାଇ ତାରସିଙ୍ଗି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରହିଥିବା ଥାନାଧିକାରୀ ପ୍ରଦିପ୍ର କୁମାର ଦାଶ କହିଛନ୍ତି ।ଏହି ଘଟଣାକୁ ନେଇ ତାରସିଂ ଥାନାରେ କୈଣସି ଅଭିଯୋଗ ହେଇନଥିବା ଥାନାଧିକାରୀ ଶ୍ରୀ ଦାଶ କହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ,୮/୬/୨୦୨୧ Sakhigopal News,8/6/2021